ଦେଶ- ବିଦେଶ

ଆଖିରେ ଆଖିରେ ହେବ ସବୁ କାମ !

ନୂଆଦିଲ୍ଲୀ : ଚୀନର ବଡ଼ ଟେକନୋଲୋଜି କମ୍ପାନୀ ସାଓମି ଏକ ନୂଆ ସ୍ମାର୍ଟ ଚଷମା ଲଞ୍ଚ କରିଛି।  ଏହି ଚଷମା ସାଧାରଣ ସନଗ୍ଲାସ୍‌ ଭଳି ଦେଖାଯାଉଥିଲେ ହେଁ ଏଥିରେ ଅନେକ ସୁବିଧା ରହିଛି। ସେନ୍ସର ସହିତ ବହୁ ଫିଚର୍ସ ଦିଆଯାଇଛି । ଏହି ସ୍ମାର୍ଟ ଚଷମା​‌କୁ କଲ, ମେସେଜ୍‌, ନେଭିଗେସନ୍‌ ଏବଂ ଫଟୋ ଉଠାଇବା ପାଇଁ ମଧ୍ୟ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ଏଥିରେ କଲ୍‌ କରିବାର ସୁବିଧା ଉପଲବ୍ଧ ଥିବା ବେଳେ ଫଟୋ ମଧ୍ୟ କ୍ଲିକ୍‌ କରିହେବ। ଏହା ସହ ସ୍ମାର୍ଟ ଚଷମାରେ ନେଭିଗେସନ୍‌ ଏବଂ ରିୟଲ ଟାଇମ୍‌ ଟେକ୍ସଟ୍‌ ଟ୍ରାନ୍ସଲେସନ୍‌ ଆଦି ସାମିଲ ରହିଛି। କୌଣସି ସ୍ଥାନରେ ଲେଖାଥିବା ଭାଷାକୁ ଆପଣ ଆଖି​‌ରେ ଆଖିରେ ନିଜ ଭାଷାରେ ଟ୍ରାନ୍ସଲେଟ୍ କରି ବୁଝିପାରିବେ। କିନ୍ତୁ କମ୍ପାନୀ ପକ୍ଷରୁ ଏହାର ଦାମ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ।

Leave a Reply

Your email address will not be published. Required fields are marked *