ଦେଶ- ବିଦେଶବାଣିଜ୍ୟ

କେୱାଇସି ଅପ୍‌ଡେଟ୍‌ ନାରେ ଠକେଇ, ଚିନ୍ତାରେ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: କେୱାଇସି ଅପ୍‌ଡେଟ୍‌ ନାରେ ହେଉଥିବା ଠକେଇକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ବେଶ ଚିନ୍ତିତ ହୋଇପଡ଼ିଛି । କେୱାଇସି ନାମରେ ତଥ୍ୟ ମାଗୁଥିବା କୌଣସି ଅଜଣା ବ୍ୟକ୍ତି କିମ୍ବା ଏଜେନ୍ସିକୁ ବିଶ୍ୱାସ କର ନାହିଁ । ଯଦି ଅନୁରୋଧ ବାରମ୍ବାର ଆସିବ ତେବେ ତୁରନ୍ତ ସେ ବିଷୟରେ ନିଜ ବ୍ୟାଙ୍କ କିମ୍ବା ଶାଖାକୁ ଅବଗତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଲୋକମାନଙ୍କୁ ପରାମର୍ଶ ଦେଇଛି । କେୱାଇସି ଅପ୍‌ଡେଟ୍‌ ପାଇଁ ନିଜର ଆକାଉଣ୍ଟ୍‌ ଲଗ୍‌ ଇନ୍‌ ବିବରଣୀ, ବ୍ୟକ୍ତିଗତ ସୂଚନା, କେୱାଇସି କାଗଜପତ୍ରର ନକଲ, କାର୍ଡ ସୂଚନା, ପିନ୍‌, ପାସ୍‌ ୱାର୍ଡ, ଓଟିପି ଆଦି କୌଣସି ଅଜଣା ବ୍ୟକ୍ତି କିମ୍ବା ଏଜେନ୍ସିକୁ ନଦେବା ଲାଗି ରିଜର୍ଭ ବ୍ୟାଙ୍କ ପରାମର୍ଶ ଦେଇଛି । କୌଣସି ଅଜଣା ୱେବସାଇଟ୍‌ କିମ୍ବା ମୋବାଇଲ୍‌ ଆପ୍‌ରେ ମଧ୍ୟ କେୱାଇସି ତଥ୍ୟ ନଦେବା ଲାଗି ରିଜର୍ଭ ବ୍ୟାଙ୍କ କହିଛି । କେୱାଇସି ଅପ୍‌ଡେଟ୍‌ ନାମରେ ଲୋକମାନଙ୍କ ପାଖକୁ ବାରମ୍ବାର କଲ୍‌ ଆସୁଛି ଓ ଯେଉଁମାନେ ଆର୍ôଥକ ସାକ୍ଷର ନୁହଁନ୍ତି ସେମାନେ ଠକାମିର ଶିକାର ହେଉଛନ୍ତି । ତେଣୁ ଏଥ୍ରିତି ସମସ୍ତେ ଯତ୍ନଶୀଳ ହେବା ଆବଶ୍ୟକ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *