ମନୋରଞ୍ଜନରାଜ୍ୟ

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର: ଶେଷ ହେଲା ବିଧାନସଭା ଅଧିବେଶନ । ୫ଟି କାର୍ଯ୍ୟଦିବସ ପୂର୍ବରୁ ଶେଷ ହୋଇଛି ବିଧାନସଭା ଅଧିବେସନ । ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରୟଣ ପାତ୍ର । ଚଳିତ ଅଧିବେଶନ ପାଇଁ ୩୧ଟି କାର୍ଯ୍ୟ ଦିବସ ପାଇଁ ସ୍ଥିର ହୋଇଥିବା ବେଳେ ୨୬ଟି କାର୍ଯ୍ୟଦିବସ ହୋଇଛି । ସୂଚନା ଅନୁଯାୟୀ, ଆସନ୍ତା ୧୮ତାରିଖରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଥିଲା । ଏହା ୨ଟି ପର୍ଯ୍ୟାୟରେ ମୋଟ ୩୧ଦିନ ପାଇଁ ବସିବ ବୋଲି ସ୍ଥିର ହୋଇଥିଲା । ଫେବୃଆରୀ ୧୮ରୁ ୨୭ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ ହୋଇଥିବା ବେଳେ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିଥାନ୍ତା । ହେଲେ ଆଜି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

Leave a Reply

Your email address will not be published. Required fields are marked *