ରାଜନୀତିରାଜ୍ୟ

ବିଜେଡ଼ିରେ ମିଶିଲେ କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ

କୋରାପୁଟ : ପଞ୍ଚାୟତ ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ରାଜନୀତି । ଏହାରି ମଧ୍ୟରେ ଆଜି ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା ଚନ୍ଦ୍ରଶେଖର ମାଝୀ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ବିଧିବଦ୍ଧ ଭାବେ ମିଶିଛନ୍ତି କୋରାପୁଟ କୋଟପାଡ଼ର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । ନିଜ କର୍ମୀ ଓ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଛନ୍ତି ଚନ୍ଦ୍ର ଶେଖର ମାଝୀ । ତେବେ ବିଜେଡିର ଏହି ମିଶ୍ରଣ ପର୍ବରେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ସୁବାଷ ସିଂ, ରବି ନନ୍ଦ, ରମେଶ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ୨୦୧୪ରେ କୋରାପୁଟ କୋଟପାଡରୁ ବିଧାୟକ ଥିଲେ ଚନ୍ଦ୍ର ଶେଖର ମାଝୀ । ୨୦୧୯ରେ ବିଜେଡି ନେତ୍ରୀ ବା ବୟନଶିଳ୍ପ ମନ୍ତ୍ରୀ ପଦ୍ମିନ ଦିଆନଙ୍କଠାରୁ ୨ ହଜାର ଭୋଟରେ ହାରିଯାଇଥିଲେ ।

Leave a Reply

Your email address will not be published. Required fields are marked *