ଦେଶ- ବିଦେଶ

ସୋସିଆଲ୍ ମିଡିଆରେ ବ୍ୟସ୍ତ ଥିଲେ ମହିଳା, ଶେଷରେ….

ନୂଆଦିଲ୍ଲୀ : ସୋସିଆଲ୍‌ ମିଡିଆ ଆଜିର ଯୁବପୀଢ଼ିଙ୍କ ପାଇଁ ଯେତିକି ଭଲ ସାଜିଛି ସେତିକି ମଧ୍ୟ ଖରାପ ପ୍ରଭାବ ପକାଉଛି। ସେହିଭଳି ଜଣେ ମହିଳାଙ୍କୁ ସୋସିଆଲ୍‌ ମିଡିଆରେ ବ୍ୟସ୍ତ ରହିବା ଭାରି ପଡ଼ିଛି । ମହିଳା ଜଣକ ଫେସ୍‌ବୁକ୍ ସହିତ ଅନ୍ୟାନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ଆକ୍ଟିଭ ରୁହନ୍ତି । ବେଳେ ବେଳେ ଫେସ୍‌ବୁକ୍‌ ଲାଇଭ୍‌ ମଧ୍ୟ କରଥାନ୍ତି। ମହିଳା ଜଣକ କିଛିଦିନ ତଳେ ଲାଇଭ୍‌ କରି ଲୋକଙ୍କ ସହ କଥା ହେଉଥିଲେ । ଠିକ୍‌ ଏହି ସମୟରେ ତାଙ୍କର ଦୁଇ ଯାଆଁଳା ଶିଶୁ ରୁମ୍‌ ବାହାରେ ଥିବା ବାଲ୍‌କୋନିକୁ ଚାଲି ଆସିଥିଲେ । ଦେଖୁ ଦେଖୁ ଦୁହେଁ ୧୦ ମହଲା ତଳକୁ ଖସି ପଡ଼ିଥିଲେ ଏବଂ ସୋମାନଙ୍କର ମୃତ୍ୟୁ ହୋଇଯାଇଥିଲା ।

ଏହି ଘଟଣାଟି ରୋମାନିଆର ଏକ ସହରରେ ଘଟିଥିବା ଜଣାପଡ଼ିଛି । ଡେଲି ଷ୍ଟାରର ଏକ ରିପୋର୍ଟ ଅନୁସାରେ, ମହିଳା ଜଣକ ପ୍ଲାଇଷ୍ଟି ସହରରେ ରୁହନ୍ତି । ତାଙ୍କ ନାମ ଆଣ୍ଡ୍ରିଆ ଭୋଏଲେଟ୍ ପାଟ୍ରିସ୍ । ଆଣ୍ଡ୍ରିଆ ଫୋସ୍‌ବୁକ୍‌ ଲାଇଭ୍‌ କରୁ କରୁ ବ୍ୟସ୍ତ ହୋଇଯାଇଥିଲେ । ସେହି ସମୟରେ ତାଙ୍କର ଦୁଇ ଯାଆଁଳା ଶିଶୁ ଘର ଭିତରେ ଖେଳୁଥିଲେ । ଅସାବଧାନତା ବଶତଃ ଶିଶୁ ଦୁହେଁ ବାଲ୍‌କୋନି ପାଖକୁ ଆସି ଖେଳିବାକୁ ଲାଗିଲେ । ହଠାତ୍‌ ବାଲ୍‌କୋନିର ଗ୍ରିଲ୍‌ଟି ଭାଙ୍ଗି ଯାଇଥିଲା ଯାହାଫଳରେ ଶିଶୁ ଦୁହେଁ ୧୦ ମହଲା ଉପରୁ ତଳକୁ ଖସି ପଡ଼ିଥିଲେ ।

ଆଶ୍ଚର୍ଯ୍ୟର କଥା ହେଉଛି କି, ଦୁଇ ଶିଶୁଙ୍କ ତଳେ ପଡ଼ି ମୃତ୍ୟୁ ହେବା ପରେ ବି ସେମାନଙ୍କ ମାଆ ଜାଣିପାରିନଥିଲେ । ଆଖପାଖ ପଡ଼ୋଶୀ ଉକ୍ତ ସ୍ଥାନରେ ରୁଣ୍ଡ ହୋଇଯିବା ପରେ ପୋଲିସ୍‌ ଖବର ଦେଇଥିଲେ । ପୋଲିସ୍‌ ଆସି ଘଟଣାକୁ ଅନୁଧ୍ୟାନ କରିବା ପରେ ୧୦ ମହଲା ଉପରକୁ ଯାଇ ତାଙ୍କ ମାଆଙ୍କୁ ଖବର ଦେଇଥିଲେ । ଘଟଣା ଶୁଣିବା ପରେ ମହିଳାଙ୍କ ହୋସ୍‌ ଉଡ଼ିଯାଇଥିଲା । ମହିଳା ଜଣକ କିନ୍ତୁ ପ୍ରଥମେ କହିଥିଲେ ଯେ, ଛୁଆଙ୍କ ଦ୍ୱାୟିତ୍ୱ ସେ ତାଙ୍କ ବନ୍ଧୁଙ୍କୁ ଦେଇଥିଲେ । କିନ୍ତୁ ସେ ଧ୍ୟାନ ଦେଇ ନାହାନ୍ତି । ତେବେ ବାଲ୍‌କୋନିର ଗ୍ରିଲ୍‌ କିପରି ଭାଙ୍ଗିଲା ଏବଂ ମହିଳା କେମିତି ଜାଣିପାରିଲେ ନାହିଁ ସେ ନେଇ ପୋଲିସ୍‌ ଅଧିକ ତଦନ୍ତ କରୁଛି ।  

Leave a Reply

Your email address will not be published. Required fields are marked *