ରାଜ୍ୟ

ବଲାଙ୍ଗିର ଜିଲ୍ଲାରେ ଆଜି ସ୍କୁଲ୍ ଛୁଟି

ବଲାଙ୍ଗିର : ଲଗାଣ ବର୍ଷା ପାଇଁ ବଲାଙ୍ଗିର ଜିଲ୍ଲାରେ ଆଜି ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ଲଗାଣ ବର୍ଷା ଯୋଗୁଁ ବଲାଙ୍ଗିର ସହରର ଅବସ୍ଥା ବେହାଲ ହୋଇପଡ଼ିଛି । ସହରର ତଳି ଅଞ୍ଚଳରେ ଲୋକେ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କରୋନା ଯୋଗୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲି ନଥିବା ବେଳେ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର ସ୍କୁଲ୍ରେ ପାଠପଢ଼ା ହେଉଛି । ତେବେ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ଟି ଜିଲ୍ଲାରେ ଦୁଇ ଦିନ ପାଇଁ ସ୍କୁଲ୍ ଛୁଟି ଘୋଷଣା କରିଥିଲେ । ସେହିସବୁ ଜିଲ୍ଲାଗୁଡ଼ିକ ମଧ୍ୟରେ- କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଢେଙ୍କାନାଳ, କେନ୍ଦ୍ରାପଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ସୋନପୁର, ବରଗଡ଼ ଓ ଜଗତସିଂହପୁର ସାମିଲ ରହିଛି ।

Leave a Reply

Your email address will not be published. Required fields are marked *