ରାଜ୍ୟ

ଟ୍ରେନ ଧକ୍କାରେ ଗ୍ୟାଙ୍ଗ ମ୍ୟାନଙ୍କ ମୃତ୍ୟୁ

ରାଉରକେଲା : ରାଉରକେଲା ସହର ନିକଟବର୍ତୀ ବନ୍ଧମୁଣ୍ଡା କୁକୁଡ଼ାଗେଟ ରେଳ ଫାଟକ ଗତ ରାତିରେ ବନ୍ଦ ଥିବା ବେଳେ ଜଣେ ବ୍ୟକ୍ତି ନିଜ ବାଇକକୁ ନେଇ ରେଳଧାରଣା ଦେଇ ଅତିକ୍ରମ କରୁଥିବା ବେଳେ, ହଠାତ ଟ୍ରେନ ଆସିଯିବାରୁ ଟ୍ରେନ ଧକ୍କାରେ ବ୍ୟକ୍ତି ଜଣଙ୍କ ମୃତ୍ୟୁବରଣ କରିଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଲେ ରେଲୱେ କର୍ମଚାରୀ ଗ୍ୟାଙ୍ଗ ମ୍ୟାନ ୫୬ ବର୍ଷୀୟ ଏତୁଆ । ସେ ଭାଲୁଲତାର ଢିପାଟୋଲିର ବାସିନ୍ଦା । ଏହି ରେଳ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଏତୁଆଙ୍କୁ ଆରଜିଏଚ ଚିକିତ୍ସା ନିମନ୍ତେ ଅଣାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ବନ୍ଧମୁଣ୍ଡା ଜିଆରପି ପୁଲିସ ଶବ ଜବତ କରି ଶବ ବ୍ୟବଚ୍ଛେଦ କରିବା ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି । ବନ୍ଧମୁଣ୍ଡା ଜିଆରପି ପୁଲିସ ଏ ସମ୍ବନ୍ଧରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *