ରାଜ୍ୟ

ଛୁରୀ ମୁନରେ ସାଢ଼େ ୬ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ମୁମ୍ବାଇ: ଅଭିନେତ୍ରୀ ତଥା ମଡେଲ୍‌ ଅଳଂକୃତା ସହାୟଙ୍କୁ ଛୁରୀ ଦେଖାଇ ବନ୍ଧକ ରଖି କିଛି ଦୁର୍ବୃତ୍ତ ସାଢ଼େ ୬ ଲକ୍ଷ ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ଚଣ୍ଡିଗଡ଼ର ସେକ୍ଟର ୨୭ ସ୍ଥିତ ଅଳଂକୃତାଙ୍କ ଘରେ ଦିନ ୧୨ଟା ବେଳେ ଘଟିଛି ଏହି ଘଟଣା । ଏନେଇ ସେ ଥାନାରେ ଏତଲା ଦେବା ପରେ ପୋଲିସ ପକ୍ଷରୁ ଲୁଟେରା ମାନଙ୍କୁ ଧରିବାକୁ ପ୍ରୟାସ ଆରମ୍ଭ ହୋଇଛି । ଅଭିଯୋଗ ଅନୁଯାୟୀ, ଅଳଂକୃତାଙ୍କ ଘରେ ୩ ଜଣ ଲୁଟେରା ପଶିଥିଲେ । ସେମାନେ ତାଙ୍କୁ ଛୁରୀ ଦେଖାଇ ମାରି ଦେବାକୁ ଧମକ ଦେଇଥିଲେ । ତା’ପରେ ତାଙ୍କୁ ବନ୍ଧକ ବନାଇ ଦୁଇ ଘଣ୍ଟା ଧରି ଘରେ ଲୁଟ୍‌ପାଟ୍‌ କରିଥିଲେ ।

Leave a Reply

Your email address will not be published. Required fields are marked *