ମହାନଗରରାଜ୍ୟ

କଟକ ଏସସିବିରେ ଖସିଲା ସିଲିଂ

କଟକ : କଟକ ଏସସିବି ସର୍ଜରୀ ଆଉଟଡୋର ଟିକେଟ ଛାତ ସିଲିଂ ଖସିଯାଇଛି । ଓପିଡିରେ ଟିକେଟ କଟାଯାଉଥିବା ବେଳେ ଲଗାଣ ବର୍ଷା କାରଣରୁ ସିଲିଂ ଖସିଛି । ତେବେ ଏଥିରେ କେହି ବି ଆହତ ହୋଇନଥିବା ସୂଚନା ମିଳିଛି । କେବଳ ସିଲିଂ ଖସିବା ସ୍ଥାନରେ ଥିବା ଆସବାବପତ୍ର ଓ କମ୍ପ୍ୟୁଟର୍ ନଷ୍ଟ ହୋଇଥିବା ଖବର । ତେବେ ଗତକାଲି ଠାରୁ ରାଜ୍ୟରେ ଲଘୁଚାପ ପ୍ରଭାବରୁ ଲଗାଣ ବର୍ଷା ଲାଗି ରହିଛି । ସହରର କିଛି ଅଞ୍ଚଳରେ ପାଣି ପଶିଯାଇଛି । କିଛି ଲୋକଙ୍କ ଘରେ ପାଣି ପଶିଥିବବା ମଧ୍ୟ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *