ଦେଶ- ବିଦେଶ

କରୋନା ପଜିଟିଭ୍ ହେଲା ବିଶ୍ୱର ପ୍ରଥମ ଗରିଲା

ନୂଆଦିଲ୍ଲୀ: ମାନବ ସମାଜକୁ ଭୀତତ୍ରସ୍ତ କରି ରଖିଥିବା କରୋନା ଭାଇରସକୁ ନେଇ ସଙ୍କଟ ବଢିବାରେ ଲାଗିଛି । ଶନିବାର ମିଳିଥିବା ରିପୋର୍ଟ ଅନୁଯାୟୀ ବିଶ୍ୱର ପ୍ରଥମ ଗରିଲା କରୋନାରେ ଆକ୍ରାନ୍ତ ହୋଇଛି । ଏହା ସହିତ ଗରିଲଙ୍କ ନିକଟରେ କରୋନା ଭାଇରସ ଦେଖାଦେବା ସହିତ ବିଶେଷଜ୍ଞଙ୍କ ପାଇଁ ଏହା ଚିନ୍ତାର କାରଣ ହୋଇଛି । ଆମେରିକୀୟ ସହର ଜର୍ଜିଆରେ ଏଭଳି ଘଟଣା ସମ୍ମୁଖକୁ ଆସିଛି । ଜର୍ଜିଆର ରାଜଧାନୀ ଆଟଲାଣ୍ଟାରେ ରହିଥିବା ଏକ ଚିଡିଆଖାନାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଗରିଲାଙ୍କ ନିକଟରେ କାଶ ଏବଂ ଛିଙ୍କ ଭଳି ଲକ୍ଷଣ ଦେଖାଯିବା ପରେ ଟେଷ୍ଟ କରାଯାଇଥିଲା । ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଥିଲା । ଚିଡିଆଖାନାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ନିକଟରୁ ଗରିଲାଟି ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଚିଡିଆଖାନା ପକ୍ଷରୁ ଆକ୍ରାନ୍ତଙ୍କ ସଂଖ୍ୟା ସ୍ପଷ୍ଟ କରାଯାଇନଥିବା ବେଳେ ସ୍ଥାନୀୟ ଗଣମାଧ୍ୟମ ସୂତ୍ର ଅନୁସାରେ ୧୩ ଜଣ ଗରିଲା ଆକ୍ରାନ୍ତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *