ଅପରାଧମହାନଗରରାଜ୍ୟ

ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ଫୁଟିଲା ଗୁଳି

ବାରଙ୍ଗ:  ବାରଙ୍ଗ ଅଞ୍ଚଳରେ ଏକ ଅଘଟଣ ଦେଖିବାକୁ ମିଳିଛି । ଶୁକ୍ରବାର ସନ୍ଧ୍ୟାରେ ବାରଙ୍ଗ ଥାନା ଅନ୍ତର୍ଗତ ମୁଣ୍ଡଳୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ କଲ୍ୟାଣ ନଗର (ବେନ୍ଟୁଆ ) ମୁଣ୍ଡାସାହିର ଯଦୁମଣି ମୁଣ୍ଡାଙ୍କ ପରିବାରରେ ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବାପ-ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଧୀରେ ଧୀରେ ଏହି ବଚସା ତୀବ୍ରତର ହୋଇଥିଲା। ଫଳରେ ପୁଅ ଶିବ ମୁଣ୍ଡା (୨୫ ବର୍ଷ) ନିଜ ବାପାଙ୍କୁ ମାରପିଟ୍‌ କରିବା ସହିତ ମରଣାତ୍ମକ ଆକ୍ରମଣ ପାଇଁ ଉଦ୍ୟମ କରୁଥବା ବେଳେ ବାପା ଘରେ ଥିବା ଏକ ଦେଶୀ ବନ୍ଧୁକ ଆଣି ପୁଅକୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ଶିବର ମୁତ୍ୟୁ ଘଟିଛି । ଖବର ପାଇ ଗୋଡିସାହି ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ଘଟଣା ସ୍ଥଳରେ ପହଁଞ୍ଚିଲା ବେଳକୁ ବାପ ଯଦୁମଣି ମୁଣ୍ଡା ଫେରାର ହୋଇ ଯାଇଥିଲା । ମୃତ ଶିବ ମୁଣ୍ଡା ଭୁବନେଶ୍ୱରସ୍ଥିତ କିସ୍‌ ବିଶ୍ୱବିଦ୍ୟାଳୟର ପ୍ଲସ୍‌ ୩ ଛାତ୍ର ଥିଲେ ଏବଂ ସେ ଜଣେ ଭଲ ପିଲା ଥିଲା । ତାର ମୃତ୍ୟୁରେ ଗ୍ରାମର ସମସ୍ତେ ଦୁଃଖରେ ମ୍ରିୟମାଣ ଓ ବ୍ୟଥିତ । ବାରଙ୍ଗ ଥାନା ଅଧୀକାରୀ ଆକାଶ ରଣା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ଛାନ୍‌ଭିନ୍‌ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *