ଅପରାଧରାଜ୍ୟ

ରାଜଧାନୀରେ ତାମିଲନାଡୁ ଚୋର

ଭୁବନେଶ୍ୱର: ରାଜଧାନୀରେ ଲୁଟ୍‌ପାଟ କରି ଆତଙ୍କ ଖେଳାଇଥିବା ତାମିଲନାଡୁ ଚୋରକୁ ସହିଦନଗର ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ତାମିଲନାଡୁ ଭେଲୋର ଅନ୍‌ଚଳର କ୍ରିଷ୍ଣା ଗଣେଷ(୨୫) ତା ଠାରୁ ୩ଟି ଚୋରା ମୋବାଇଲ ଜବତ ହୋଇଛି । ସୂଚନା ଅନୁଯାୟୀ, ଗତ ୪ ତାରିଖରେ ସହିଦନଗର ଅନ୍‌ଚଳର ଜଣେ ଯୁବକଙ୍କ ଘରେ ପଶି ଲୁଟେରା ମୋବାଇଲ ଚୋରି କରି ନେଇଥିଲା । ସମ୍ପୃକ୍ତ ଯୁବକ ଜଣକ ଭୋର୍ ୫ଟାରେ ଶୋଇ ଉଠିବା ପରେ ଦେଖିବାକୁ ବେଳକୁ ତାଙ୍କ ମୋବାଇଲ ନଥିଲା । ଏନେଇ ସେ ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ କେସ୍ ନଂ ୩୫୭/୨୧ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପୋଲିସ ତଦନ୍ତ କରିବାକୁ ଯାଇ ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା । ସେଥିରୁ ଲୁଟେରାକୁ ଚିହ୍ନଟ କରିବା ପରେ ଗୁରୁବାର ପୋଲିସ ଲୁଟେରାକୁ ଗିରଫ କରିଥିଲା । ଏହାସହ ତା ଠାରୁ ଚୋରା ମୋବାଇଲ ଜବତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *