ରାଜନୀତିରାଜ୍ୟ

ଏହି ତାରିଖରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ବର : ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ । ୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏ ଯିବ । ସୂଚନାଯୋଗ୍ୟ ଯେ ଉତ୍କଳ ଦିବସ ଅବସରରେ ଗତ ଏପ୍ରିଲ ୧ ତାରିଖରେ ଚାଷୀମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା । ନିଜ ମୋବାଇଲ ରେ ମେସେଜ କିମ୍ବା ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରି ଆପଣ ଏହା ଚେକ୍ କରିପାରିବେ।

Leave a Reply

Your email address will not be published. Required fields are marked *