ଖେଳଦେଶ- ବିଦେଶ

ଆଇପିଏଲ୍‌-୨୦୨୧ ଦ୍ୱିତୀୟ ଚରଣ :୩୦ ହଜାର ଆର୍‌ଟି-ପିସିଆର୍ ଟେଷ୍ଟ କରାଇବ ବିସିସିଆଇ

ଦୁବାଇ: ୟୁଏଇରେ ହେବାକୁ ଥିବା ଆଇପିଏଲ୍‌-୨୦୨୧ ଦ୍ୱିତୀୟ ଚରଣରେ ହେବାକୁ ଥିବା ବାକି ୩୧ଟି ମ୍ୟାଚ୍ ଅବସରରେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଖେଳାଳି, ସପୋର୍ଟ ଷ୍ଟାଫ୍ ଓ ଅନ୍ୟ ଷ୍ଟକ୍‌ହୋଲ୍ଡର୍‌ଙ୍କ ୩୦ ହଜାର ଆର୍‌ଟି-ପିସିଆର୍ ଟେଷ୍ଟ କରାଇବ । ଦୁବାଇସ୍ଥିତ ଚିକିତ୍ସା କମ୍ପାନୀ ଭିପିଏସ୍ ହେଲ୍‌ଥକେୟାର୍‌କୁ ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ପାଇଁ ଖେଳାଳିଙ୍କ ଆପାତକାଳୀନ ଚିକିତ୍ସା, ସ୍ପୋର୍ଟ୍ସ ମେଡିସିନ୍ ସ୍ପେଶାଲିଷ୍ଟ ଏବଂ ଏପରିକି ଏୟାର୍ ଆମ୍ବୁଲାନ୍ସ ସେବା ପ୍ରଦାନ ଦାୟିତ୍ୱ ଦିଆଯାଇଛି । ଖେଳାଳିମାନେ ଯେକୌଣସି ଆପାତକାଳୀନ ଚିକିତ୍ସା ପାଇଁ ଯେପରି ବାହାରକୁ ନଯିବେ ସେଥିପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ଟିମ୍ ସହ ବାୟୋ ବବଲ୍‌ରେ ରଖାଯିବ । ଟୁର୍ଣ୍ଣାମେଣ୍ଟ ଅବସରରେ ପ୍ରତ୍ୟେକ ୩ ଦିନରେ ଆର୍‌ଟି-ପିସିଆର୍ ଟେଷ୍ଟ କରାଯିବ । ୟୁଏଇରେ ଆୟୋଜିତ ଆଇପିଏଲ୍‌ର ପୂର୍ବ ସଂସ୍କରଣରେ ପ୍ରତ୍ୟେକ ୫ ଦିନରେ ଆର୍‌ଟିପିସିଆର୍ ଟେଷ୍ଟ କରାଯାଇଥିଲା । ଆଇପିଏଲ୍ ଖେଳାଳି ଓ ଅନ୍ୟ ଅଂଶଗ୍ରହଣକାରୀଙ୍କ ଆବଶ୍ୟକତା ପୂରଣ ନିମନ୍ତେ ସ୍ପୋର୍ଟ୍ସ ମେଡିସିନ୍ ଓ କୋଭିଡ୍‌-୧୯ ପାଇଁ ଏକ ୧୦୦ ଜଣିଆ ମଲ୍ଟିଡିସିପ୍ଲିନାରୀ ଟିମ୍ ଗଠନ କରାଯାଇଛି । ପ୍ରତି ଷ୍ଟାଡିୟମ୍‌ରେ ମ୍ୟାଚ୍ ବେଳେ ଡାକ୍ତର, ନର୍ସ, ପାରା-ସ୍ୱାସ୍ଥ୍ୟକର୍ମୀ ଓ ଲ୍ୟାବ୍ ଟେକ୍ନିସିଆନ୍‌ଙ୍କୁ ନେଇ ଗଠିତ ୨ଟି ମେଡିକାଲ୍ ଟିମ୍ ଉପସ୍ଥିତ ରହିବେ । ଟୁର୍ଣ୍ଣାମେଣ୍ଟ ପାଇଁ ଖେଳାଳି ପହଞ୍ଚିବା ପୂର୍ବରୁ ଭିପିଏସ୍ ହେଲ୍‌ଥ କେୟାର୍ ଦୁବାଇ ଓ ଆବୁଧାବିର ୧୪ଟି ହୋଲେଟ୍‌ର ୭୫୦ କର୍ମଚାରୀଙ୍କ ଟେଷ୍ଟିଂ ପୂରା କରିଛି । ଅଗଷ୍ଟ ୧୩ ତାରିଖରେ କମ୍ପାନୀ ପକ୍ଷରୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍‌ସ ଟିମ୍ ଖେଳାଳିଙ୍କ ଟେଷ୍ଟିଂ ଆରମ୍ଭ କରିଥିଲା ।

Leave a Reply

Your email address will not be published. Required fields are marked *