ଦେଶ- ବିଦେଶ

ପୂର୍ବତନ ବିଧାୟକ ଏମ୍. ବିଜୟ ପ୍ରସାଦ ଗଲେ ଜେଲ୍‌

ଭୁବନେଶ୍ୱର : ଚିଟ୍‌ଫଣ୍ଡ ଟଙ୍କାରେ ନିର୍ମାଣ ହେଉଥିଲା ତେଲୁଗୁ ସିନେମା ଦୁର୍ନୀତି ମାମଲାରେ ଗିରଫ ବିଶାଖାପାଟଣାର ପୂର୍ବତନ ବିଧାୟକ ଏମ୍. ବିଜୟ ପ୍ରସାଦଙ୍କ ମିଳିଛି ଟଲିଉଡ୍ ଲିଙ୍କ। ଚିଟ୍‌ଫଣ୍ଡ ଟଙ୍କାରେ ନିର୍ମାଣ ହେଉଥିଲା ତେଲୁଗୁ ସିନେମା ଟଙ୍କାରେ ନିର୍ମାଣ ହେଉଥିଲା ତେଲୁଗୁ ସିନେମା ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା। ୨୦୦୯ରୁ ୨୦୧୪ ମଧ୍ୟରେ ନୟାଗଡ଼, କଟକ, ଭୁବନେଶ୍ୱରରେ ପ୍ରସାଦ କରିଥିଲେ ଚିଟ୍‌ଫଣ୍ଡ ଟଙ୍କାରେ ନିର୍ମାଣ ହେଉଥିଲା ତେଲୁଗୁ ସିନେମା ଅଫିସ। ଜମାକାରୀଙ୍କୁ ଅଧିକ ଲାଭ, ବିଶାଖାପାଟଣାରେ ଜମି ଯୋଗାଇ ଦେବାକୁ କହି ଲୋକଙ୍କୁ ଠକିଥିଲେ।

ବର୍ତ୍ତମାନ ସୁଦ୍ଧା ଠକେଇର ଶିକାର ୧୫୦ରୁ ଅଧିକ ଜମାକାରୀ ସାମନାକୁ ଆସିଲେଣି। ଆବଶ୍ୟକ ପଡ଼ିଲେ ଅଧିକ ପଚରାଉଚରା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି। ତେଲୁଗୁ ସିନେମା ଇଣ୍ଡଷ୍ଟ୍ରିରେ ସେ ଜଣେ ନାମୀଦାମୀ ପ୍ରଯୋଜକ। ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକି ତେଲୁଗୁ ଫିଲ୍ମ ନିର୍ମାଣ କରୁଥିଲେ।ଇଓଡବ୍ଲ୍ୟୁ ପକ୍ଷରୁ ରିମାଣ୍ଡ ଆବେଦନ ହୋଇନାହିଁ। ତେବେ ଅଭିଯୁକ୍ତଙ୍କ ନାଁରେ ଆଉ କ’ଣ ଅଭିଯୋଗ ରହିଛି ସେ ସମ୍ପର୍କରେ ଅବଗତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଓପିଆଇଡି କୋର୍ଟ ।

Leave a Reply

Your email address will not be published. Required fields are marked *