ମହାନଗରରାଜ୍ୟ

ବିଏମ୍‌ସିର ନୂଆ ଗାଇଡ୍‌ଲାଇନ୍

ଭୁବନେଶ୍ବର : ଏଣିକି ଭୁବନେଶ୍ବରରେ ବାହାଘର କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ଭିଡ ହୋଇପାରିବେ ନାହିଁ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି ହୋଇଛି । ନୂତନ ମାର୍ଗଦର୍ଶିକା ଅନୁସାରେ ବିଏମ୍‌ସି ଅଧିନରେ ବାହାଘର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିଲେ ସେଠାରେ ୧୦୦ ଜଣ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବ। ସେହିପରି ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ୫୦ ଜଣ ଲୋକ ଯୋଗଦେଇପାରିବେ । ଚଳିତ ମାସ ୬ ତାରିଖରୁ ବିଏମ୍‌ସିର ନୂଆ ଗାଇଡଲାଇନ୍‌ ଲାଗୁ ହେବ।

ସେହିପରି ଅନ୍ୟ ସମ୍ମିଳନୀ, ସମାବର୍ତ୍ତନ ଉତ୍ସବ, ସୁବର୍ଣ୍ଣ ଓ ରଜତ ଜୟନ୍ତୀ ସମାରୋହ ଉପରେ ମଧ୍ୟ କଟକଣା ରହିବ। ଶିକ୍ଷାନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମ ଓ ଉତ୍ସବ ଉପରେ ବି କଟକଣା ଲାଗିବ। ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ କାର୍ଯ୍ୟକ୍ରମ ହୋଇପାରିବ ନାହିଁ । ସୂଚନାଯୋଗ୍ୟ, ଭୁବନେଶ୍ବରରୁ ଆଜି ୪୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିରୁ ସ୍ଥାନୀୟ ଲୋକଙ୍କ ସଂସ୍ପର୍ଶରେ ଆସି ୩୧ ଜଣ ସଂକ୍ରମିତ ହୋଇଛନ୍ତି । ଅପରପକ୍ଷେ ୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ୩୨ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଏଥିରୁ ସୁସ୍ଥ ହୋଇଛନ୍ତି ୩୧ ହଜାର ୯୩୩ ଜଣ । କରୋନାରେ ମୋଟ୍‌ ୨୫୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୪୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି ।

Leave a Reply

Your email address will not be published. Required fields are marked *