ରାଜନୀତି

ଚୌଦ୍ୱାର-କଟକ ବିଜେଡ଼ିର କାର୍ଯ୍ୟକାରିଣୀ ବୈଠକ

କଟକ : ବାଣିପଦା ଗ୍ରାମ ପଞ୍ଚାୟତର କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ଚୌଦ୍ୱାର-କଟକର ଜୋନ୍ ସ୍ତରୀୟ କାର୍ଯ୍ୟ କାରିଣୀ ବୈଠକ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନ ମଣ୍ଡଳୀର ୫ଟି ଗ୍ରାମପଞ୍ଚାୟତ ଯଥା କଖତି,କୟଳପଡ଼ା,ଇନ୍ଦ୍ରାଣୀପାଟଣା,ବାଣିପଦା, ଆଗ୍ରାହାଟକୁ ନେଇ ଜୋନ ନଂ-୧୧ ଗଠିତ ଜୋନ୍ କର୍ମୀମାନେ ଏଥିରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ବଡ଼ମ୍ବା-ନରସିଂହପୁରର ବିଧାୟକ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ନିମନ୍ତେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଜନହିତକର ଯୋଜନା ଦ୍ୱାରା କିପରି ଲୋକମାନେ ଉପକୃତ ହେବେ ସେଥି ନିମନ୍ତେ କାର୍ଯ୍ୟ କରିବା ବୋଲି କହିଥିଲେ ।

ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ଓ ଆଗାମୀ ଦିନରେ ଏହି ଜୋନରେ ଯେପରି ସର୍ବାଧିକ ଭୋଟ ବ୍ୟବଧାନରେ ବିଜୁ ଜନତା ଦଳର ପ୍ରାର୍ଥୀ ବିଜୟ ଲାଭ କରିବେ ବୋଲି ଆଶା ପୋଷଣ କରି ଉପସ୍ଥିତ କର୍ମୀମାନଙ୍କୁ କହିଥିଲେ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକର ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଧର ରାଉତ, ଜିଲ୍ଲା ସଭାପତି ଅନୀତା ବେହେରା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂ, ଟାଙ୍ଗୀ-ଚୌଦ୍ୱାର ପଞ୍ଚାୟତ ସମିତି ଉପଧ୍ୟକ୍ଷା ଜାନକି ପରିଡ଼ା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ତ୍ରିଲୋଚନ ପଣ୍ଡା , ଶୁଭେନ୍ଦୁ ସାମଲ, ସିଏମ୍‌ସିପୂର୍ବତନ କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ, ସରପଞ୍ଚ ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ଶାନ୍ତି ପ୍ରିୟା ମହାନ୍ତି, ଧନେଶ୍ୱର ଜେଠୀ, ନୃସିଂହ ଚରଣ ନାୟକ, ସନ୍ତୋଷ ନାୟକ, ରମାକାନ୍ତ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *