ମହାନଗରରାଜ୍ୟ

ହାଇକୋର୍ଟରେ ମୋ ସାଇକେଲ ଦୁର୍ନିତି ମାମଲା

କଟକ: ମୋ ସାଇକେଲ୍ ଦୁର୍ନିତି ଓ ଗାଏବ ଘଟଣାରେ ଏହାର ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ପ୍ରାର୍ଥନା କରି ଏକ ଜନହିତ ମାମଲା ରୁଜୁ ହୋଇଛି । ବିଜେପି ଲିଗାଲ ସେଲର ସଂଯୋଜକ ଜୟନ୍ତ କୁମାର ଜେନାଙ୍କ ପକ୍ଷରୁ ହାଇକୋର୍ଟରେ ଏପରି ଜନହିତ ମାମଲା ରୁଜୁ କରାଯାଇଛି । ଏଥିରେ ଦର୍ଶାଯାଇଛି ଯେ ଏହି ଦୁର୍ନିତି ଘଟଣାରେ ୮ କୋଟି ଟଙ୍କାର କ୍ଷତି ହୋଇଥିବାରୁ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସେମାନଙ୍କ ନିକଟରୁ ସାଇକେଲ୍ କ୍ରୟ ଅର୍ଥ ଭରଣା କରାଯାଉ ବୋଲି ପ୍ରାର୍ଥନା କରିଛନ୍ତି । ଲୋକଙ୍କ ଅର୍ଥରୁ କିଣା ଯାଇଥିବା ୨ ହଜାର ସାଇକେଲ୍‌ରୁ ଏବେ ମାତ୍ର ୨ ଶହ ସାଇକେଲ୍ ରହିଛି । ସାଇକେଲ୍ ରକ୍ଷଣା ବେକ୍ଷଣାରେ ମଧ୍ୟ ୧ କୋଟିର ଟଙ୍କାର ଦୁର୍ନିତି ହୋଇଛି । ବହୁ ସାଇକେଲ୍ ଚୋରୀ ହୋଇଥିବା ନେଇ ଥାନାରେ ମାମଲା ରୁଜୁ ହୋଇଥିବା ଘଟଣା ବହୁ ଅଧିକାରୀଙ୍କ ସଂପୃକ୍ତିକୁ ସୁଚାଉଛି ବୋଲି କୁହାଯାଇଛି । ଏହି ମାମଲାରେ ଆବେଦନକାରୀ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ, ଭୁବନେଶ୍ୱର ସ୍ମାର୍ଟ ସିଟି ଲିଭିଟେଡ, ବିଏମ୍‌ସି, କ୍ୟାପିଟାଲ ରିଜିଓନ ଅର୍ବାନ ଟ୍ରାନ୍ସପୋର୍ଟ ଓ ସାଇକେଲ ଯୋଗାଣକାରୀ ସଂସ୍ଥା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave a Reply

Your email address will not be published. Required fields are marked *