ଦେଶ- ବିଦେଶ

ସେପ୍ଟେମ୍ବର ୧୨ରେ ହିଁ ହେବ ନିଟ୍‌ ୟୁଜି ପରୀକ୍ଷା

ଭାରତର ସର୍ବୋଚ୍ଚ ନ୍ୟାୟାଳୟ ନିଟ୍‌ ୟୁଜି ପରୀକ୍ଷା ୨୦୨୧କୁ ରି ସିଡ୍ୟୁଲ କରିବା କିମ୍ବା ସ୍ଥଗିତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ କରାଯାଇଥିବା ପିଟିସନ୍‌ ଉପରେ ବିଚାର କରିବାକୁ ମନା କରିଦେଇଛନ୍ତି। ସୋମବାର ଶୁଣାଣି ବେଳେ ଜଷ୍ଟିସ୍‌ ଏଏମ୍‌ ଖାନବିଲକର, ଜଷ୍ଟିସ୍‌ ହୃଷିକେଶ ରାୟ ଓ ଜଷ୍ଟିସ୍‌ ସିଟି ରବିକୁମାରଙ୍କ ଖଣ୍ଡପୀଠ ମୌଖିକ ଭାବେ କହିଛନ୍ତି ଯେ ଅଦାଲତ ଗୋଟିଏ ବର୍ଗର ଛାତ୍ରଙ୍କ ଅସୁବିଧା ପାଇଁ ପରୀକ୍ଷା କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିପାରିବେ ନାହିଁ। ସୁପ୍ରିମକୋର୍ଟ ସୋମବାର ସିବିଏସ୍‌ଇ ୧୨ର ପ୍ରାଇଭେଟ୍‌ ଓ କମ୍ପାଟମେଣ୍ଟ ପରୀକ୍ଷା ଦେଉଥିବା ଛାତ୍ର ଗୋଷ୍ଠୀ ପକ୍ଷରୁ ଫାଇଲ କରାଯାଇଥିବା ପିଟିସନ୍‌ ଉପରେ ଶୁଣାଣି କରିଛନ୍ତି। ଏହି ପିଟିସନ୍‌ରେ ନିଟ୍‌ ୟୁଜି ୨୦୨୧ ପରୀକ୍ଷାକୁ ସ୍ଥଗିତ କରିବାକୁ ଦାବି କରାଯାଇଥିଲା। ଏହି ପରୀକ୍ଷା ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ହେବାକୁ ନିର୍ଦ୍ଧାରିତ ହୋଇଛି। କିନ୍ତୁ କୋର୍ଟ ଏହି ମାମଲାର ଶୁଣାଣି କରିବାକୁ ସିଧାସଳଖ ମନା କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *