ଦେଶ- ବିଦେଶ

ଆଫଗାନିସ୍ତାନ ପରେ ଜମ୍ମୁ କାଶ୍ମୀର ଉପରେ ନଜର ରଖିଛି ପାକିସ୍ତାନ

ଆଫଗାନିସ୍ତାନରେ ତାଲିବାନର ଆତଙ୍କ ଖେଳିବା ପରେ ପାକିସ୍ତାନର ଇଣ୍ଟେଲିଜେନ୍ସ ଏଜେନ୍ସି ଆଇଏସଆଇ ଏବେ ରହିଛି ଚର୍ଚ୍ଚାରେ। କେବଳ ଏତିକି ନୁହେଁ ବରଂ ଆଫଗାନିସ୍ତାନରେ ତାଲିବାନକୁ ପାକିସ୍ତାନ ସାହାଯ୍ୟ କରୁଥିବାର ଖବର ସାମ୍ନାକୁ ଆସିଛି। ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ କହିବା ଅନୁଯାୟୀ, ଆଫଗାନିସ୍ତାନ ପରେ ପାକିସ୍ତାନ ଏବେ ପୁଣି ଥରେ ଜମ୍ମୁ କାଶ୍ମୀର ଉପରେ ନଜର ପକାଇଛି। ସେଠାରେ ଆକ୍ରମଣ କରିବାର ଯୋଜନା କରୁଥିବାର ଖବର ସାମ୍ନାକୁ ଆସିଛି। ଆଫଗାନିସ୍ତାନରେ ତାଲିବାନର କବଜା ପୂର୍ବରୁ ଆଇଏସଆଇ ଲସ୍କର – ଏ –ତେୟବା , ଜୈସ- ଏ- ମହମ୍ମଦ ଏବଂ ଅଲ ବଦ୍ର ଭଳି ଆତଙ୍କୀ ସଂଗଠନ ଭାରତରେ ପଶିବାର ପ୍ରୟାସ କରିଥିଲେ। ଏଭଳି ପରିସ୍ଥିତି ୨ ମାସ ହେଲାଣି ପୁଣି ଦେଖିବାକୁ ମିଳିଛି। ସ ୁରକ୍ଷା ଏଜେନ୍ସିଙ୍କ ସୂଚନା ଅନୁଯାୟୀ, ଜମ୍ମୁ କାଶ୍ମୀରରେ ଏବେ ୨୦୦ପାଖାପାଖି ଆତଙ୍କୀ ସକ୍ରିୟ ଅଛନ୍ତି। ଏଥିରେ ବିଦେଶୀ ଆତଙ୍କ ମଧ୍ୟ ସାମିଲ ଅଛନ୍ତି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସୁରକ୍ଷାବଳ ସୀମାରେ ଯବାନଙ୍କ ସଂଖ୍ୟାକୁ ବଢ଼ାଇଛନ୍ତି । ପ୍ରତିଟି ସମୟରେ ସେଠାରେ ଯାଞ୍ଚ କରାଯାଉଛି। ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ଜାନୁଆରୀରୁ ଏବେ ପର୍ଯ୍ୟନ୍ତ ମୋଟ ୫୦୦ଆତଙ୍କୀଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *