ରାଜ୍ୟ

କରୋନାର ଅସମ୍ଭାଳ ସ୍ଥିତି : ଆଜି ଆଖିବୁଜିଲେ ରାଜ୍ୟର ୨ ଶିଶୁ

ଭୁବନେଶ୍ୱର : କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେଠାରୁ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି । ଏହାରି ମଧ୍ୟରେ ଆଜି କରୋନାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି । କଟକ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଶିଶୁଙ୍କର ମୃତ୍ୟୁ ହୋଇଛି । କଟକର ଶିଶୁ ମାତ୍ର ୧୨ ଦିନର ହୋଇଥିବା ବେଳେ ମୟୂରଭଞ୍ଜରୁ ୫ ମାସର ଶିଶୁକନ୍ୟାର ମୃତ୍ୟୁ ହୋଇଛି । ଉଭୟ ଶିଶୁ କୋଭିଡ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିଲେ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୭,୬୯୭ କୁ ବୃଦ୍ଧି ପାଇଛି । କଟକ ଜିଲ୍ଲାରୁ ସର୍ବାଧିକ ୩୮ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁରରୁ ୯, ଢେଙ୍କାନାଳରୁ ୬, ଯାଜପୁର, କେନ୍ଦ୍ରାପଡା, ମୟୂରଭଞ୍ଜରୁ ୩ ଜଣ ଲେଖାଏଁ, ଅନୁଗୁଳ ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ଭଦ୍ରକ, କେନ୍ଦୁଝର ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Leave a Reply

Your email address will not be published. Required fields are marked *