ରାଜ୍ୟ

ପୋଖରୀରେ ବୁଡି ଯାଇ ମାଆ ଓ ଝିଅଙ୍କ ମୃତ୍ୟୁ

କେନ୍ଦୁଝର  : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜାମୁଯୋଡି ଗ୍ରାମ ଜାମୁପଶି ସାହିରେ ଗତକାଲି ସନ୍ଧ୍ୟାରେ ଏକ ଦୁଃଖଦ ଏବଂ ହୃଦୟବିତାରକ ଘଟଣା ଘଟିଯାଇଛି।
ପୋଖରୀରେ ଝିଅ ବୁଡି ଯାଉଥିବାବେଳେ ମାଆ ଉଦ୍ଧାର କରିବାକୁ ଯାଇ ଉଭୟ ବୁଡି ଯାଇ ଗତକାଲି ସନ୍ଧ୍ୟାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନାଯୋଗ୍ୟ, ବାସୁଦେବ ନାୟକଙ୍କ ପତ୍ନୀ ଦୌପଦୀ (୪୨) ଗତକାଲି ବିଲ କାମ ସାରି ଗାଧୋଇବା ପାଇଁ ଘର ପାଖ ପୋଖରୀକୁ ଯାଇଥିଲେ । ସାଙ୍ଗରେ ୬ବର୍ଷର ଝିଅ ଶୁଭଦ୍ରା ଥିଲା । ତେବେ ଶୁଭଦ୍ରାର ଗୋଡ ଖସି ଯାଇ ପାଣିରେ ବୁଡି ଯାଇଥିବା ବେଳେ ତାକୁ ଉଦ୍ଧାର କରିବାକୁ ଯାଇ ମାଆ ମଧ୍ୟ ପାଣିରେ ବୁଡି ଯାଇଥିଲେ । ଖବର ପାଇ ହରିଚନ୍ଦନପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ମାଆ ଓ ଝିଅକୁ ଉଦ୍ଧାର କରି ଚିକିତ୍ସା ପାଇଁ ହରିଚନ୍ଦନପୁର ଡାକ୍ତରଖାନାକୁ ଆଣିଥିଲା । ତେବେ ଉଭୟ ମାଆ ଓ ଝିଅ ମୃତ୍ୟୁ ବରଣ କରିଥିବା ଡାକ୍ତର ଘୋଷଣା କରିଥିଲେ ।  ମାଆ ଓ ଝିଅଙ୍କ ମୃତ୍ୟୁ ଖବର ଶୁଣିବା ପରେ ଗ୍ରାମରେ ଶୋକକୂଳ ବାତାବରଣ ଦେଖା ଦେଇଥିଲା।

Leave a Reply

Your email address will not be published. Required fields are marked *