ଦେଶ- ବିଦେଶ

ଏଣିକି ଆପ୍ ଜରିଆରେ ପାଇବେ ଭୁକମ୍ପର ପୂର୍ବ ସୂଚନା

ଡେରାଡୁନ୍: ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ସଚିବାଳୟରେ ଆପ୍ଲିକେସନ୍ “ଉତ୍ତରାଖଣ୍ଡ ଭୁକମ୍ପ ଆଲର୍ଟ” ର ଶୁଭାରମ୍ଭ କରିଛନ୍ତି । ଉତ୍ତରପ୍ରଦେଶ ରାଜ୍ୟ ବିପର୍ୟ୍ୟୟ ପରିଚାଳନା ପ୍ରାଧିକରଣ, ବିପର୍ୟ୍ୟୟ ପରିଚାଳନା ବିଭାଗ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ରୁରକିର ମିଳିତ ସହଯୋଗରେ ପ୍ରସ୍ତୁତ କରାଯାଇଥିବା ଏହି ଆପ୍ ମାଧ୍ୟମରେ ଭୁକମ୍ପର ପୂର୍ବ ସୂଚନା ମିଳିପାରିବ । ଉତ୍ତରାଖଣ୍ଡ ଏହି ଆପ୍ ତିଆରି କରିବାରେ ପ୍ରଥମ ରାଜ୍ୟ ହୋଇପାରିଛି । ଏହାଦ୍ୱାରା ଲୋକ ମାନଙ୍କ ସୁରକ୍ଷା ଦିଗରେ କାମରେ ଆସିପାରିବ। ଏହି ଆପ୍ ଜରିଆରେ ଭୁକମ୍ପ ଚାଲିଥିବା ସମୟରେ ସେଠାକାର ଲୋକେସନ୍ ଜଣାପଡ଼ିବ । ଭୁକମ୍ପ ଆଲର୍ଟ ମାଧ୍ୟମରେ କ୍ଷତିଗ୍ରସ୍ତ ଅଞ୍ଚଳରେ ଫସିଥିବା ଲୋକମାନଙ୍କୁ ଖୋଜାଯାଇପାରିବ ଏବଂ ସେମାନଙ୍କୁ ଉଦ୍ଧାର କରାଯାଇପାରିବ । ଉତ୍ତରାଖଣ୍ଡ ଭୁକମ୍ପ ଆଲର୍ଟ ଆପ୍ କୁ ପ୍ଲେ ଷ୍ଟୋର୍ ରୁ ଡାଉନଲୋଡ୍ କରିପାରିବେ । ଏହାର ଶୁଭାରମ୍ଭ କରିବା ସମୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ କହିଛନ୍ତି ଯେ, ଉତ୍ତରାଖଣ୍ଡ ହେଉଛି ଏକ ଭୁକମ୍ପ ସମ୍ବେଦନଶୀଳ ରାଜ୍ୟ । ତେଣୁ ଏହି ଆପ୍ ଲୋକମାନଙ୍କୁ ସାହାଯ୍ୟ କରିପାରିବ । ଏହାର ପ୍ରଚାର ପ୍ରସାର ପାଇଁ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ର ପକ୍ଷରୁ ଭିଡିଓ ମାଧ୍ୟମରେ ଲୋକ ମାନଙ୍କ ପାଖରେ ପହଞ୍ଚାଇବାକୁ କହିଛନ୍ତି ।

Leave a Reply

Your email address will not be published. Required fields are marked *