ଦେଶ- ବିଦେଶ

ଉଡ଼ନ୍ତା ବିମାନରେ ନିଶାସକ୍ତ ଯାତ୍ରୀଙ୍କ ଉନ୍ମତ କାଣ୍ଡ

ନୂଆଦିଲ୍ଲୀ: ଜଣେ ନିଶାସକ୍ତ ଯାତ୍ରୀ ଉଡ଼ନ୍ତା ବିମାନରେ ମହିଳା ଆଟେଣ୍ଡେଣ୍ଟ୍ ଙ୍କ ସହିତ ଅସଦାଚରଣ କରିଛନ୍ତି । ଖାଲି ସେତିକି ନୂହେଁ ବିମାନ ଭିତରେ କ୍ରୁ ମେମ୍ବର ମାନଙ୍କୁ ମୁଥ ମାରିବା ସହିତ ଉନ୍ମତ କାଣ୍ଡ କରିଥିଲେ । ପରିସ୍ଥିତି ଏପରି ହୋଇଥିଲା ଯେ, ଶେଷରେ ଉକ୍ତ ଯାତ୍ରୀଙ୍କୁ ବାନ୍ଧିବାକୁ ପଡ଼ିଲା । ଖୁବ୍ କଷ୍ଟରେ ତାଙ୍କୁ ଶାନ୍ତ କରାଯାଇଥିଲା । ତେବେ ଏହିଭଳି ଏକ ଘଟଣା ଘଟିଛି ଆମେରିକା ଠାରେ । ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଫ୍ରଣ୍ଟିୟର୍ ଏୟାରଲଳାଇନ୍ସର ଏକ ଫ୍ଲାଇଟ୍ ରେ ହୋଇଛି । ଏହି ଫ୍ଲାଇଟ୍ ଫିଲାଡେଫ୍ଲିଆରୁ ମିୟାମୀକୁ ଯାଉଥିଲା । ସେହି ସମୟରେ ଜଣେ ଯାତ୍ରୀ ନିଶାସକ୍ତ ଅବସ୍ଥାରେ ମହିଳା ଆଟେଣ୍ଡାଣ୍ଟ୍ ଙ୍କ ସହ ଅସଦାଚରଣ କରିଥିଲା । ଦେଖୁ ଦେଖୁ ଏହି କାଣ୍ଡ ବଢ଼ିବାକୁ ଲାଗିଲା । ଏହା ଦେଖି ଅନ୍ୟ ଯାତ୍ରୀ ମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ ଜଣେ ମହିଳା ଆଟେଣ୍ଡାଣ୍ଟ୍ ଙ୍କୁ ଡ୍ରିଙ୍କ୍ ମାଗିଥିଲା ଏବଂ ପୁଣିଥରେ ଡ୍ରିଙ୍କ୍ ମାଗିଥିଲା । ନିଶା ଚଢ଼ିବା ପରେ ସେ ମହିଳା ଆଟେଣ୍ଡାଣ୍ଟ୍ ଙ୍କୁ ଅସଦାଚରଣ କରିବାକୁ ଲାଗିଲା । ଏହି ସମୟରେ ଜଣେ କ୍ରୁ ମେମ୍ବର ତାଙ୍କ ପାଖକୁ ଆସିବାକୁ ସେ ତାଙ୍କୁ ବି ମୁଥ ମାରିଥିଲା । ଏଥିରେ ଅତିଷ୍ଠ ହୋଇ କ୍ରୁ ମେମ୍ବର ଓ ଅନ୍ୟ ଯାତ୍ରୀ ମାନେ ମିଶି ତାକୁ ସିଟ୍ ରେ ବାନ୍ଧି ଦେଇଥିଲେ । ଆଉ ପରେ ସେ ଶାନ୍ତ ହୋଇଥିଲା । ଯେତେବେଳେ ଫ୍ଲାଇଟ୍ ଲ୍ୟାଣ୍ଡ କରିଥିଲା ତାକୁ ପୋଲିସ୍ ହେପାଜତରେ ଦିଆଯାଇଥିଲା । ତେବେ ସେହି ଯୁବକଙ୍କ ନାଁ ହେଉଛି ମ୍ୟାକ୍ସୱେଲ୍ ବେରୀ(୨୨) ।

Leave a Reply

Your email address will not be published. Required fields are marked *