ଦେଶ- ବିଦେଶ

ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତୀୟ ମନ୍ଦିର, ଶ୍ରୀନଗର ସମେତ ବିଭିନ୍ନ ସହରରେ ହାଇ ଆର୍ଲଟ ଜାରି

ଶ୍ରୀନଗର : ଜାମ୍ମୁକାଶ୍ମୀର ସୀମାନ୍ତରେ ଆତଙ୍କବାଦୀ କାର୍ଯ୍ୟକଳାପକୁ କଡା ମୁକାବିଲା କରୁଥିବା ଭାରତୀୟ ସେନାର ଅପରେସନକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ଉଭୟ ପାକିସ୍ତାନ ଓ ଆତଙ୍କବାଦୀ ସଂଗଠନ । ଆଉ ଏଥିପାଇଁ ଭାରତର କିଛି ସ୍ଥାନରେ ବିସ୍ଫୋରଣ କରି ସୁରକ୍ଷକର୍ମୀଙ୍କ ମନୋବଳ ହ୍ରାସ କରିବାକୁ ସୁଚିନ୍ତିତ ଷଡଯନ୍ତ୍ର ହୋଇଛି ।

ଗୁଇନ୍ଦା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୈଶ- ଏ-ମହମ୍ମଦ ଏବଂ ଲଶ୍କର-ଏ-ତୋଇବା ଭାରତରେ ସାମ୍ପ୍ରଦାୟିକ ଉତ୍ତେଜନା ବିସ୍ତାର କରିବା ପାଇଁ ଜାମ୍ମୁରେ ଥିବା କିଛି ମନ୍ଦିର ଉପରେ ଆକ୍ରମଣ ଯୋଜନା କରୁଛନ୍ତି । ଗୁପ୍ତଚର ଏଜେନ୍ସିରୁ ଇନପୁଟ ପାଇବା ପରେ ଜାମ୍ମୁରେ ହାଇ ଆଲର୍ଟ ଜାରି କରାଯାଇଛି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପାକିସ୍ତାନ ସମର୍ଥତ ଆତଙ୍କବାଦୀ ସଂଗଠନ ଅଗଷ୍ଟ ୫ ଏବଂ ୧୫ ରେ ଜାମ୍ମୁରେ ଥିବା ମନ୍ଦିରକୁ ଟାର୍ଗେଟ କରିବାକୁ ଚେଷ୍ଟା କରିପାରନ୍ତି ।

ସୂଚନା ଥାଉ କି ଯେ ଅଗଷ୍ଟ ୫, ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବାର ଦ୍ୱିତୀୟ ବାର୍ଷିକୀ ହୋଇଥିବାବେଳେ ଅଗଷ୍ଟ ୧୫ ସ୍ୱାଧୀନତା ଦିବସପାଳନ ଅବସରରେ ଆତଙ୍କବାଦୀ ସଂଗଠନ ଡ୍ରୋନ୍‌ ମାଧ୍ୟମରେ ବିସ୍ଫୋରକ ସାମଗ୍ରୀ ପକାଇ ଭାରତରେ ବିସ୍ଫୋରଣ କରିବାକୁ ଯୋଜନା କରୁଛନ୍ତି । ଡ୍ରୋନ ରପ୍ତାନି ପାଇଁ ପଥ ପରିଷ୍କାର କରିଥିଲା । ଭାରତକୁ ପ୍ରାୟ ୩ ବିଲିୟନ ଡଲାର ବିନିମୟରେ ୩୦ଟି ଏମକ୍ୟୁ-୯ ରି ର ଡ୍ରୋନ ବିକ୍ରି ପାଇଁ ଆମେରିକା ପ୍ରସ୍ତାବ ଦେଇଥିଲା । ଜେନେରାଲ ଆଟମିକ୍ସ କମ୍ପାନି ଏସବୁ ଡ୍ରୋନଗୁଡ଼ିକର ନିର୍ମାଣ କରିଥାଏ ।ଯଦି ଭାରତ ଏହି ଡ୍ରୋନ ଖରିଦ କରେ, ଏହା ପାଇବାରେ ବିଶ୍ୱର ପ୍ରଥମ ଅଣ-ନ୍ୟାଟୋ ଦେଶ ହେବ ।

Leave a Reply

Your email address will not be published. Required fields are marked *