ଅପରାଧମହାନଗରରାଜନୀତି

କୋଟିପତି ପିଏସ ଗିରଫ, ଘରୁ ବାହାରିଛି ପୁଳା ପୁଳା ଟଙ୍କା

ଭୁବନେଶ୍ୱର : ଭିଜିଲାନ୍ସ ଚଢ଼ାଉ ପରେ ଆଜି ଗିରଫ ହୋଇଛନ୍ତି OSSCଙ୍କ କୋଟିପତି ପିଏସ । ଓଏସଏସସି ସଦସ୍ୟଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେବି ପିଏସ୍ ବିରଞ୍ଚିଙ୍କ ସମ୍ପତ୍ତିର ଆକଳନ ଚାଲିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ରେଡ୍ ହୋଇଥିଲା । ଚଢାଉ କରି ପାଖାପାଖି ୪ କୋଟି ଟଙ୍କାର ସମ୍ପତ୍ତି ଠାବ କରାଯାଇଛି । ଏହା ବ୍ୟତିତ ୧୨ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ଟିମ୍ । ସେହିପରି ବିରଞ୍ଚିଙ୍କ ସମ୍ପର୍କୀୟଙ୍କ ଘରୁ ୧୩ ଲକ୍ଷ ଟଙ୍କା ଜବତ ହୋଇଛି । ତାଙ୍କ ବାସଭବନରୁ ପ୍ରାୟ ଦେଢ଼ କେଜି ସୁନା ଅଳଙ୍କାର ଜବତ ହୋଇଛି । ଭୁବନେଶ୍ୱର ନୀଳାଦ୍ରୀବିହାରରେ ଦୁଇ ମହଲା କୋଠା ଠାବ ହୋଇଛି । ଏହା ବ୍ୟତିତ ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ତେବେ ବିରଞ୍ଚିଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *