ରାଜ୍ୟ

ରାଜ୍ୟର ଅଗଷ୍ଟ ଗାଇଡଲାଇନ୍, ଜାଣନ୍ତୁ କ’ଣ ଖୋଲା ଓ କ’ଣ ବନ୍ଦ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଅଗଷ୍ଟ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଏସଆରସି ପ୍ରଦୀପ ଜେନା ଗାଇଡଲାଇନ ନେଇ ଆଜି ଘୋଷଣା କରିଛନ୍ତି । ରାଜ୍ୟରେ ରାତି ୮ଟାରୁ ସକାଳ ୬ଟା ନାଇଟ କର୍ଫ୍ୟୁ ଜାରି ରହିଛି । ସକାଳ ୬ଟାରୁ ରାତି ୮ଟା ଯାଏଁ ଦୋକାନ ବଜାର ଖୋଲିବ । କ୍ୟାଟେଗୋରୀ ଏ ଓ ବି ଜିଲ୍ଲା ତାଲିକା ହଟାଯାଇଛି । କିନ୍ତୁ ଭୁବନେଶ୍ୱର ଓ କଟକରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିବ । ତେବେ ଅଗଷ୍ଟ ଗାଇଡଲାନ୍ ମୁତାବକ ଆସନ୍ତୁ ଜାଣିବା କ’ଣ ଖୋଲା ରହିବ ଓ କ’ଣ ବନ୍ଦ ରହିବ…

କ’ଣ ଖୋଲା

ରାଜ୍ୟର ମଲ ଓ ପାର୍କ ଖୋଲିବାକୁ ଅନୁମତି ମିଳିଛି । କୋଭିଡ ଗାଇଡଲାଇନ୍ ମାନି ମଲକୁ ଯିବାକୁ ଅନୁମତି ଦିଆଯିବ ।

ମନ୍ଦିର ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ନେବେ ।

୫୦% ଦର୍ଶକଙ୍କୁ ନେଇ ଖୋଲିବ ଫିଲ୍ମ ହଲ୍, ଥିଏଟର ।

୫୦% କ୍ଷମତାରେ ଖୋଲିବ ରେଷ୍ଟୁରାଣ୍ଟ, ଢ଼ାବା ।

ପାର୍କ ଓ ବିଚକୁ ଯିବାକୁ ପାଇଁ ମିଳିବ ଅନୁମତି ।

ଆହାର କେନ୍ଦ୍ରରେ ଖାଇବାକୁ ଅନୁମତି ମିଳିଛି ।

ରାସ୍ତାକଡ଼ ଠେଲା ପାଖେ ଖାଇବାକୁ ଅନୁମତି ଦିଆଯାଇଛି ।

୫୦ ପ୍ରତିଶତରେ ଯାତ୍ରା ହୋଇପାରିବ ।

ମୁକ୍ତକାଶ ରଙ୍ଗମଞ୍ଚକୁ ବି ଅନୁମତି ମିଳିଛି ।

ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ମିଳିଛି ।

ସରକାରୀ ଓ ବେସରକାରୀ ପରୀକ୍ଷା ହୋଇପାରିବ ।

ୱାଟର ପାର୍କ, ମୀନାବଜାର ଓ ସୁଇମିଂ ଖୋଲିପାରିବ ।

କ’ଣ ବନ୍ଦ

ବର୍ତ୍ତମାନ ରାଜ୍ୟରେ ଧର୍ମାନୁଷ୍ଠାନ ବନ୍ଦ ରହିବ ।

ସାମାଜିକ ଓ ରାଜନୈତିକ ସମାବେଶ ହୋଇପାରିବ ନାହିଁ ।

ପ୍ରଦର୍ଶନୀ, ବାଣିଜ୍ୟ ମେଳା ଓ ମହୋତ୍ସବକୁ ବାରଣ କରାଯାଇଛି ।

ବିବାହ ଓ ଅନ୍ତ୍ୟେଷ୍ଟି ପାଇଁ କଟକଣା ବଳବତ୍ତର ରହିଛି ।

Leave a Reply

Your email address will not be published. Required fields are marked *