ମହାନଗରରାଜ୍ୟ

ଏକ୍ସଆଇଏମବିରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ଘଟଣା । ୨୦୪ଜଣଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ, ବିଏମସି କମିଶନରଙ୍କ ସୂଚନା

ଭୁବନେଶ୍ୱର : ଏକ୍ସଆଇଏମବିରେ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ୨୦୪ଜଣଙ୍କ କରୋନା ଟେଷ୍ଟ  କରାଯାଇଥିଲା । ତେବେ ଆଶ୍ୱସ୍ତିକର ଖବର ଏହା ଯେ ୨୦୪ଜଣଙ୍କ ମଧ୍ୟରୁ ୨୦୧ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ  । ବର୍ତମାନ ସ୍ଥିତିରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ସ୍ୱତନ୍ତ୍ର ନଜର ରହିବ ବୋଲି କହିଛନ୍ତି ବିଏମସି କମିଶନର । ଏହାସହ ରାଣ୍ଡମ ଚେକିଂ ଓ ଟେଷ୍ଟିଂ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି । ଏହାସହ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏନଫୋର୍ସମେଂଟକୁ ତ୍ୱରାନ୍ୱିତ କରାଯିବ । ଆଜି ସଂଧ୍ୟାରୁ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ବିଏମସି ପକ୍ଷରୁ ଚଢାଉ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର । ଗତକାଲି ୁ ୪୫ ଜଣ ଛାତ୍ରଛାତ୍ରୀ ସଂକ୍ରମିତ ଚିହ୍ନଟ ହେବା ପରେ ଭୁବନେଶ୍ୱର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ୍ ଅଫ ମ୍ୟାନେଜମେଂଟକୁ ସିଲ୍ କରିଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *