ଅପରାଧରାଜ୍ୟ

୧ କୋଟିର ବ୍ରାଉନସୁଗାର ଜବତ

ଭୁବନେଶ୍ୱର : ଦିନକୁ ଦିନ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ହାତରେ ଫସିଛି ବ୍ରାଉନସୁଗାର ଡିଲର । ଡିଲର ପାଖରୁ ୧ କେଜି ୪୮ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟତଃ ୧ କୋଟି ଟଙ୍କାରୁ ଅଧିକ ହେବ । ପିପିଲି-ନିମାପଡ଼ା ଓଭର ବ୍ରିଜ୍ ଉପରେ ଡିଲ୍ କରୁଥିବା ବେଳେ ଧରିଛି ପୋଲିସ । ଏହି ମାମଲାରେ ଅଭିଯୁକ୍ତ ଇମତାଜ ଖାନଙ୍କୁ ଗିରଫ କରିଛି ଏସଟିଏଫ୍ । ତେବେ ୨୦୨୦ରୁ ଆଜି ସୁଦ୍ଧା ୩୫ କେଜି ବ୍ରାଉନସୁଗାର ଜବତ କରିସାରିଛି ଏଓଟିଏଫ୍ ।

Leave a Reply

Your email address will not be published. Required fields are marked *