ବାଣିଜ୍ୟ

ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଛନ୍ତି କି ?

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯଦି ଆପଣ କୌଣସି ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଅର୍ଥ ଆବଶ୍ୟକ କରୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେନ୍ଦ୍ର ସରକାରଙ୍କ ତରଫରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ସହାୟତା ପାଇପାରିବେ । ଗରିବ ଶ୍ରେଣୀ ତଥା ଦେଶର ସବୁ ବର୍ଗଙ୍କ ପାଇଁ ସରକାର ଅନେକ ପ୍ରକାରର ଯୋଜନା ପରିଚାଳନା କରୁଛନ୍ତି । ବନ୍ଦ ବ୍ୟବସାୟ କିମ୍ବା ବ୍ୟବସାୟକୁ ପୁଣିଥରେ କାର୍ଯ୍ୟକ୍ଷମ କରିବା ପାଇଁ କରିବା ପାଇଁ କେନ୍ଦ୍ର ସରକାର ଦେଉଛନ୍ତି ସୁଯୋଗ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କିପରି ଆପଣ ୧୦ ଲକ୍ଷ ଟଙ୍କାର ଲାଭ ଉଠାଇ ପାରିବେ । ଛୋଟ ବ୍ୟବସାୟ ଆରମ୍ଭ କରିବାକୁ କିମ୍ବା ପୁରୁଣା ବ୍ୟବସାୟକୁ ବୃଦ୍ଧି କରିବାକୁ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି । ଏହି ୧୦ ଲକ୍ଷ ଟଙ୍କା ଆପଣ ଲୋନ୍ ଭାବରେ ପାଇବେ । ଆଉ ସରକାରଙ୍କ ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା। ମୁଦ୍ରା ଯୋଜନା ଅନୁଯାୟୀ ଏହି ଲୋନ୍ ବିନା ଗ୍ୟାରେଣ୍ଟିରେ ମିଳିପାରିବ । ଏହା ଛଡ଼ା ଏଥିପାଇଁ କୌଣସି ପ୍ରୋସେସିଂ ଚାର୍ଜ ମଧ୍ୟ ନାହିଁ । ମୁଦ୍ରା ଯୋଜନାରେ ଋଣ ସୁଝିବାର ଅବଧି ୫ ବର୍ଷ ପର୍ଯ୍ୟନ୍ତ ବଢ଼ାଯାଇପାରିବ । ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ କୌଣସି ନିଶ୍ଚିତ ସୁଧ ହାର ନାହିଁ । ବ୍ୟାଙ୍କ ମୁଦ୍ରା ଲୋନ୍ ପାଇଁ ଭିନ୍ନ ଭିନ୍ନ ସୁଧ ନେଇପାରେ । ତେବେ ସାଧାରଣତଃ ଏଥିରେ ସର୍ବନିମ୍ନ ୧୨% ସୁଧ ରହିଛି ।

Leave a Reply

Your email address will not be published. Required fields are marked *