ଦେଶ- ବିଦେଶମନୋରଞ୍ଜନ

ରାଜ କୁନ୍ଦ୍ରାଙ୍କ ମାମଲାରେ ବଡ଼ ଖୁଲାସା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ମାମଲାରେ ଗିରଫ କରାଯାଇଛି । ଏହି ମାମଲାରେ ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇବବ୍ରାଞ୍ଚକୁ ମିଳିଛି ବଡ଼ ସଫଳତା । ସୂତ୍ରରୁ ଖବର ମିଳିଛି ଯେ, କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଇମେଶ କାମତ ନିର୍ମାଣ କରିଥିବା ପ୍ରାୟତଃ ୭୦ଟି ପର୍ଣ୍ଣ ଭିଡ଼ିଓ । ସମସ୍ତ ଭିଡିଓକୁ କାମତ ଅଲଗା ଅଲଗା ପ୍ରୋଡକ୍ସନ ହାଉସ ସାହାର୍ଯ୍ୟରେ ପ୍ରସ୍ତୁତ କରିଥିଲା । ମିଳିଥିବା ସୂଚନା ମୁତାବକ, ହଟସଟ୍ ଆପରେ ଅପଲୋଡ କରିଥିବା ୨୦ ମିନିଟରୁ ୩୦ ମିନିଟ ପର୍ଯ୍ୟନ୍ତ ପ୍ରାୟ ୯୦ ପର୍ଣ୍ଣ ଭିଡିଓ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି । ଏବେ କୁନ୍ଦ୍ରା ଓ ତାଙ୍କ ସହଯୋଗୀ ଅଭିଯୁକ୍ତ ଉମେଶ କାମତ ପୋଲିସ ହେପାଜତରେ ଅଛନ୍ତି । ଏହି ମାମଲାର ଯାଂଚ କରୁଥିବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ରାଜ କୁନ୍ଦ୍ରାଙ୍କ ଘରର ଏକ ସର୍ଭର । କୁନ୍ଦ୍ରାଙ୍କୁ ପଚରାଉଚରା ଚାଲିଥିବା ବେଳେ ଏହି ଭିଡିଓ ଦେଖାଯାଇଥିଲା । କିନ୍ତୁ ସେ ପର୍ଣ୍ଣ ଭିଡିଓ କରୁନଥିବା ଦାବି କରିଛନ୍ତି । ବରଂ ଅନ୍ୟ ଓଟିଟି ପ୍ଲାଟଫର୍ମରେ ଦେଖାଯାଉଥିବା ଯୌନ ଉଦ୍ଦୀପକ ଭିଡିଓ ତିଆରି କରୁଥିଲେ ବୋଲି କୁନ୍ଦ୍ରା କହିଛନ୍ତି । ତେବେ ପୋଲିସର ପଚରାଉଚରା ସମୟରେ ରାଜ କୁନ୍ଦ୍ରାର ସହଯୋଗୀ ଓ ଆଇଟି ମୁଖ୍ୟ ରାୟନ ଥୋପେ ମଧ୍ୟ ଅନେକ ଖୁଲାସା କରିଛନ୍ତି ।

Leave a Reply

Your email address will not be published. Required fields are marked *