ଦେଶ- ବିଦେଶମନୋରଞ୍ଜନ

ରାଜ କୁନ୍ଦ୍ରାଙ୍କ ପୁରୁଣା ଟ୍ୱିଟ୍ ଭାଇରାଲ

ମୁମ୍ବାଇ: ପର୍ଣ୍ଣ ଫିଲ୍ମ ବିତରଣ ପାଇଁ ଗିରଫ ହୋଇଥିବା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ପୁରୁଣା ଟ୍ୱିଟ ତାଙ୍କୁ ପୁଣି ଥରେ ବିବାଦ ଘେରକୁ ଟାଣି ଆଣିଛି । ଗିରଫ ହୋଇ ଜେଲରେ ରହିଥିବା ରାଜ କୁନ୍ଦ୍ରାଙ୍କ ପୁରୁଣା ଟ୍ୱିଟ୍ ଗୁଡିକ ମଧ୍ୟ ଗୋଟିଏ ପରେ ଗୋଟିଏ ଭାଇରାଲ ହେବା ପରେ ଲାଗିଛି । ଜୁନ ୧୯ରେ କୁନ୍ଦ୍ରାଙ୍କ ବିରୋଧରେ ମାମଲା ରୁଜୁ ହେବା ସହିତ ତାଙ୍କୁ ଗିରଫ କରାଯାଇଥିଲା । ଏହାପରେ ୯ ବର୍ଷ ପୂର୍ବରୁ ସେ କରିଥିବା କିଛି ଟ୍ୱିଟ୍ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଟ୍ୱିଟ ଗୁଡିକ ବିବାଦୀୟ ରହିଥିବା ବେଳେ ଏପରି ଏକ ଟ୍ୱିଟରେ ରାଜ ଅଶ୍ଳୀଳ ଫିଲ୍ମ ଓ ବେଶ୍ୟାବୃତ୍ତି ମଧ୍ୟରେ ସମାନତା ଦର୍ଶାଇବାକୁ ଚେଷ୍ଟା କରିଥିଲେ । କିଛି ଟ୍ୱିଟରେ ରାଜ ଭାରତୀୟ ଦେବଦେବୀ ଓ ସାମାଜିକ ବ୍ୟବସ୍ଥାକୁ ସମାଲୋଚନା ମଧ୍ୟ କରିଛନ୍ତି । ମାର୍ଚ୍ଚ ୨୯, ୨୦୧୨ରେ ରାଜ ପର୍ଣ୍ଣ ଓ ବେଶ୍ୟାବୃତ୍ତିକୁ ତୁଳନା କରି ଟ୍ୱିଟ୍ କରନ୍ତି । ଯଦି କ୍ୟାମେରା ସାମ୍ନାରେ ସହବାସ ପାଇଁ ପଇସା ମିଳିବା ଠିକ୍ ତେବେ ବେଶ୍ୟାବୃତ୍ତିରେ କଣ ଭୁଲ ରହିଛି ବୋଲି କୁନ୍ଦ୍ରା ପ୍ରଶ୍ନ କରିଛନ୍ତି । ଅନ୍ୟ ଏକ ଟ୍ୱିଟରେ ବିଶ୍ୱବିଖ୍ୟାତ ବୈଜ୍ଞାନିକ ଆଇଜାକ ନିଉଟନଙ୍କୁ ନେଇ ଏକ ଅଶ୍ଳୀଳ ଜୋକ୍ ଶେୟାର କରିଥିଲେ । ଜଣେ ମହିଳାଙ୍କୁ ନଗ୍ନ ଭାବରେ ଦେଖି ନିଉଟନ୍ କାହିଁକି ଆଶ୍ଚର୍ଯ୍ୟ ହେଲେ? କାହିଁକି ନା ମାଧ୍ୟାକର୍ଷଣ ବିରୋଧରେ କିଛି ଜିନିଷ ଉପରକୁ ଉଠୁଥିଲା ।

Leave a Reply

Your email address will not be published. Required fields are marked *