ରାଜ୍ୟ

ମେଡିକାଲ ଓ ଇଞ୍ଜିନିୟରିଂରେ ସଂରକ୍ଷଣ ନେଇ ଗୃହରେ ସଂକଳ୍ପ

ଭୁବନେଶ୍ୱର : ସରକାରୀ ହାଇସ୍କୁଲରେ ପଢୁଥିବା ପିଲାଙ୍କୁ ମିଳିବ ୧୫% ସଂରକ୍ଷଣ । ମେଡିକାଲ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ସଂରକ୍ଷଣ ପାଇଁ ଗୃହରେ ସଂକଳ୍ପ ଅଣାଯାଇଛି । ଏହି ସଂକଳ୍ପ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନାମଲେଖା ବେଳେ ୧୫% ସଂରକ୍ଷଣ ନେଇ ପ୍ରସ୍ତାବ ଦିଆଯାଇଛି । ଗାନ୍ଧୀଙ୍କ ଓଡିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଏନେଇ ବିଧାନସଭାରେ ଆଲୋଚନା ହୋଇଛି । ବିଧାନସଭାରେ ଗାନ୍ଧୀ ଚର୍ଚ୍ଚାରେ ଭାଗନେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଛି ‘ମୋ ସରକାର’ କାର୍ଯ୍ୟକ୍ରମ । ଓଡିଶା ମହାତ୍ମାଗାନ୍ଧୀଙ୍କ ପାଇଁ ସ୍ୱତନ୍ତ୍ର ସ୍ଥାନ ଥିଲା । ମହାତ୍ମା ଗାନ୍ଧୀ ପ୍ରତିଟି ଓଡିଆଙ୍କ ହୃଦୟରେ ଅଛନ୍ତି । ଓଡିଶାକୁ ମୋଟ ୮ ଥର ଆସିଥିଲେ, ବିଭିନ୍ନ ପ୍ରାନ୍ତକୁ ଯାଇଛନ୍ତି ବାପୁ ।’

Leave a Reply

Your email address will not be published. Required fields are marked *