ରାଜ୍ୟ

ଘୋଷଣା ହେଲା ସିବିଏସଇ ପରୀକ୍ଷା ତାରିଖ

ଭୁବନେଶ୍ୱର : ଛାତ୍ର ଛାତ୍ରୀଙ୍କ ପାଇଁ ଖୁସି ଖବର, ବୁଧବାର ଘୋଷଣା ହୋଇଛି ସିବିଏସଇ ପ୍ରାଇଭେଟ୍ ପରୀକ୍ଷା ତାରିଖ । ଆସନ୍ତା ମାସଠାରୁ ଏହି ପରୀକ୍ଷା କରାଯିବା ନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଛି । କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ପରୀକ୍ଷା ଅଗଷ୍ଟ ୧୫ ତାରିଖ ପରେ ଅନୁଷ୍ଠିତ ହେବ ।ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୫ ମଧ୍ୟରେ ଏହି ପରୀକ୍ଷା ଅନୁଷ୍ଠିତ ହେବ । ଉନ୍ନତି ଚାହୁଁଥିବା ଛାତ୍ରଛାତ୍ରୀ ଏବଂ ମାର୍କରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅବତୀର୍ଣ୍ଣ ହେବେ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *