ଅପରାଧଦେଶ- ବିଦେଶମନୋରଞ୍ଜନ

ରାଜ୍ କୁନ୍ଦ୍ରା ଏହିପରି ଭାବେ ଚଳାଉଥିଲେ ଅଶ୍ଳୀଳ ଭିଡିଓ ଧନ୍ଦା

ମୁମ୍ବାଇ: ଅଶ୍ଳୀଳ ଫିଲ୍ମ ନିର୍ମାଣୁ ଓ ସେସବୁକୁ ଆପରେ ଅପଲୋଡ୍ କରୁଥିବା ଅଭିଯୋଗରେ ଗତକାଲି ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କୁ ଗିରଫ କରାଯାଇଛି। ଗତକାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଛି । କ୍ରାଇମବ୍ରାଞ୍ଚର କହିବାନୁଯାୟୀ ରାଜ କୁନ୍ଦ୍ରା ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ୮-୧୦ କୋଟି ଟଙ୍କା ବିନିଯୋଗ କରିଥିଲେ। ସୋମବାର ପ୍ରଥମେ ରାଜ କୁନ୍ଦ୍ରାଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ଏବଂ ପରେ ତାଙ୍କୁ ଗିରଫ କରାଯାଇଥିଲା। ଏହା ପୂର୍ବରୁ ମଧ୍ୟ ୨୦୨୧ ଫେବୃଆରୀରେ ତାଙ୍କ ନାମରେ ମାମଲା ରୁଜୁ ହୋଇଥିଲା।

ରାଜ୍ କୁନ୍ଦ୍ରା ଏବଂ ବ୍ରିଟେନ୍ ରେ ରହୁଥିବା ତାଙ୍କ ଭାଇ କିନରିନ୍ ନାମକ ଏକ ଆପ୍ ତିଆରି କରିଥିଲେ । ଆଉ ଏଥିରେ ହିଁ ପର୍ଣ୍ଣ ଫିଲ୍ମ ଦେଖାଯାଉଥିଲା । ଅଶ୍ଳୀଳ ଭିଡିଓ ସବୁକୁ ଭାରତରେ ଶୁଟ୍ କରାଯାଉଥିଲା । ଏହାପରେ ୱି ଟ୍ରାନ୍ସଫର୍ ଜରିଆରେ ବିଦେଶ ପଠାଯାଉଥିଲା । ତେବେ ଏହି କମ୍ପାନୀର ରେଜିଷ୍ଟ୍ରେସନ୍ ରାଜ୍ ବିଦେଶରେ କରାଇଥିଲେ । ଯଦ୍ୱାରା ସେ ସାଇବର୍-ଲ ରୁ ବର୍ତ୍ତି ପାରିବେ । ଏହି ଫିଲ୍ମ ସବୁକୁ ପେଡ୍ ମୋବାଇଲ୍ ଆପ୍ଲିକେସନ୍ ରେ ରିଲିଜ୍ କରାଯାଉଥିଲା ।

ପୁଲିସ୍ କହିଛି ଯେ, ରାଜ୍ ଙ୍କ ବିରୋଧରେ ଖାଲି ଅଭିଯୁକ୍ତ ମାନଙ୍କ ବୟାନ ନୁହେଁ ବରଂ ଟେକ୍ନିକାଲ୍ ପ୍ରମାଣ ମଧ୍ୟ ରହିଛି । ଏହି ଇଣ୍ଡଷ୍ଟ୍ରୀରେ ରାଜ୍ କୁନ୍ଦ୍ରା ୮ରୁ ୧୦ କୋଟି ଟଙ୍କା ନିବେଶ କରିଥିଲେ । ତେବେ ସୁଚନା ଥାଉ କି, ପର୍ଣ୍ଣୋଗ୍ରାଫୀ ମାମଲାରେ ଆଇଟି ଆକ୍ଟ ଏବଂ ଆଇପିସି ଧାରା ଅଧୀନରେ ମାମଲା ରୁଜୁ କରାଯାଇଥାଏ ଏବଂ ଦଣ୍ଡସ୍ୱରୂପ ଅନେକ ବର୍ଷ ଯାଏ ଜେଲ୍ ଦଣ୍ଡ ମଧ୍ୟ ଦିଆଯାଏ ।

Leave a Reply

Your email address will not be published. Required fields are marked *