ରାଜ୍ୟ

ସ୍ୱାମୀଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି ବିଦ୍ୟାଭାରତୀ

ଭୁବନେଶ୍ୱର : ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଚାଲିଥିଲେ ବି ଏବେବି ଅନ୍ଧାରରେ ବାଡି ବୁଲାଉଛି ପୋଲିସ । କାହା ସହିତ କାହାର ତାଳମେଲ ରହୁନଥିବା ବେଳେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନୂଆ ବୟାନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଶାଶୁଙ୍କ ସହ ମୁଁ ପ୍ରତିଦିନ କଥା ହୁଏ ଓ ସେ ମୋତେ ବହୁତ ଭଲ ପାଆନ୍ତି, କିନ୍ତୁ ଏବେ କ’ଣ ପାଇଁ ଏତେ ମିଛ କହୁଛନ୍ତି ବୋଲି ବିଦ୍ୟା କହିଛନ୍ତି ।

ଏହା ବ୍ୟତିତ ସ୍ୱାମୀଙ୍କ ସମ୍ପର୍କକୁ ନେଇ ଖୁଲାସା କରିଛନ୍ତି ବିଦ୍ୟାଭାରତୀ । ସେ କହିଛନ୍ତି ଯେ, ‘ସ୍ୱାମୀଙ୍କ ସହ ମୋର ଭଲ ସମ୍ପର୍କ ଥିଲା । ବାହାଘରର ୩ ମାସ ବହୁତ ଭଲରେ ଚାଲିଥିଲା । କିନ୍ତୁ ଭୁବନେଶ୍ୱର ଆସିବା ପରେ କିଛି ଅସୁବିଧା ହୋଇଥିଲା । ଥରେ ବସିକି କଥା ହେଉଥିବା ବେଳେ ସୌମ୍ୟଙ୍କ ମୋବାଇଲକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ଫୋନ୍ ଆସିବା ପରେ ସୌମ୍ୟ ଡରିଯାଇଥିଲେ ଓ ପ୍ରୋଜେକ୍ଟ ଆଳରେ କଲ୍ ଉଠାଇଥିଲେ ।

କିନ୍ତୁ ଫୋନର ସେପଟେ ଜଣେ ଝିଅର ସ୍ୱର ଶୁଣାଯାଇଥିଲା । ଝିଅ ଜଣକ କହୁଥିଲେ ଯେ, କ’ଣ ସୌମ୍ୟ ଏତେ ଦିନ ହେଲାଣି ଫୋନ କରୁନ । ମୋତେ ଭୁଲିଗଲଣି ନାଁ କ’ଣ ବୋଲି ଝିଅ କହିଥିବା ବିଦ୍ୟା ଶୁଣିଥିଲେ । ଏହା ପୂର୍ବରୁ ବି ସୌମ୍ୟ ଜଣଙ୍କୁ ଆଇ ଲଭ ୟୁ ଲେଖି ମେସେଜ କରିଥିବା ବିଦ୍ୟା କହିଛନ୍ତି । ସେ କହିଛନ୍ତି ଯେ, ‘ଏସବୁ ଜାଣିବା ପରେ ମୁଁ ସତ ଜାଣିବା ପାଇଁ ଚାହୁଁଥିଲି, କିନ୍ତୁ ଏନେଇ ତାଙ୍କୁ କୌଣସି ପ୍ରକାରର କିଛି କଥା କହିନି । ମୋବାଇଲରେ କିଛି ଦେଖିଲେ ପାସୱାର୍ଡ ବଦଳାଇ ଦିଅନ୍ତି । ଫେସବୁକ୍ ଖୋଲିଲେ ଆକାଉଣ୍ଟ ଡିଲେଟ୍ କରିଦିଅନ୍ତି । ମୋବାଇଲରୁ ନମ୍ବର ଓ ହ୍ୱାଟ୍ସଆପ ଚାଟକୁ ଡିଲେଟ କରିବା ସହ ଘଣ୍ଟା ଘଣ୍ଟା ଧରି କଥା ହେଇଥିବାର କଲ୍ ହିଷ୍ଟ୍ରି ବି ଡିଲେଟ କରିଦିଅନ୍ତି ।’

Leave a Reply

Your email address will not be published. Required fields are marked *