ରାଜ୍ୟ

ଚାଷୀଙ୍କ ପାଇଁ ଗର୍ଜିଲା ବିଜେଡି

ଭୁବନେଶ୍ୱର : ସମସ୍ତ ଏଫସିଆଇ ଗୋଦାମ ସାମ୍ନାରେ ଧାରଣା ଦେଇଛି ବିଜେଡି । ଧାନ କିଣାରେ କେନ୍ଦ୍ର ସରକାର ରାଜ୍ୟକୁ ବାରମ୍ବାର ଅବହେଳା କରିଆସୁଛନ୍ତି । ଖାଦ୍ୟ ସବସିଡି ବାବଦରେ ୬୫୭୦ କୋଟି ଟଙ୍କା କେନ୍ଦ୍ର ଉପରେ ବକେୟା ପଡ଼ିରହିଛି । ବାରମ୍ବାର କହିବା ପରେ ମଧ୍ୟ କେନ୍ଦ୍ର ସରକାର ଏ ବକେୟା ରାଶି ଦେଉନାହିଁ । ଏଭଳି ଅଭିଯୋଗ କରିବା ସହ କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛି ବିଜେଡି । ବିଜେଡିର ଅଭିଯୋଗ ଅନୁସାରେ ଓଡ଼ିଶାର ବଳକା ଚାଉଳକୁ କେନ୍ଦ୍ର ସରକାର ପଠାଉ ନାହାନ୍ତି । ବଳକା ୭ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବା ପାଇଁ ଦାବି କରିଛି ଦଳ । ଖରିଫ ଧାନ ସଂଗ୍ରହ ସମୟ ସୀମା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ଦାବି ହୋଇଛି । ଧାନ ସଂଗ୍ରହ ପାଇଁ ଟୋକେନ୍ ପ୍ରଦାନ ଆଧାରରେ କେନ୍ଦ୍ର ସରକାର ଧାନ ସଂଗ୍ରହ ଅବଧି ଅନୁମୋଦନ କରୁଛନ୍ତି । କିନ୍ତୁ ରାଜ୍ୟ ବିଜେପି ଏହା ରାଜ୍ୟ ସରକାରଙ୍କ ଦାୟିତ୍ୱ କହି ଲୋକଙ୍କୁ ବିଭ୍ରାନ୍ତି କରୁଛନ୍ତି । ଏମିତି ଅନେକ ପ୍ରସଙ୍ଗକୁ ନେଇ ରାଜ୍ୟର ସମସ୍ତ ଏଫସିଆଇ ଗୋଦାମ ଆଗରେ ଧାରଣା ଦେଇ ପ୍ରତିବାଦ କରିଛି ବିଜେଡି ।

Leave a Reply

Your email address will not be published. Required fields are marked *