ଦେଶ- ବିଦେଶ

ଏମ୍ସ ଡାକ୍ତରଙ୍କ ଚେତାବନୀ : ଆହୁରି ଦୁଇ ବର୍ଷ ସତର୍କ ରହିବାକୁ ପଡିବ

ନୂଆଦିଲ୍ଲୀ : କରୋନା ମହାମାରୀର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ତୃତୀୟ ଲହରକୁ ନେଇ ଚିନ୍ତା ବଢିଯାଇଛି । ଏହି ସମୟରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ନିରନ୍ତର ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ନିବେଦନ କରୁଛନ୍ତି । ଦିଲ୍ଲୀ ଏଆଇଏମ୍‌ଏସ୍‌ ମେଡିସିନ୍‌ ବିଭାଗର ପ୍ରଫେସର ଡକ୍ଟର ନୀରଜ ନିଶାଲ କହିଛନ୍ତି ଯେ ଆସନ୍ତା ଏକରୁ ଦୁଇ ବର୍ଷ ପର୍ଯ୍ୟନ୍ତ ଲୋକଙ୍କୁ ବହୁତ ସତର୍କ ରହିବାକୁ ପଡ଼ିବ । ବିଶେଷ କରି ଭାରତରେ ପର୍ବ ପର୍ବାଣୀକୁ ଦୃଷ୍ଟିରେ ରଖି ଅଧିକ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ସହ ସେ କହିଛନ୍ତି ଯେ ଦ୍ୱିତୀୟ ତରଙ୍ଗର ପ୍ରଭାବ ଏବେ ବି ଅଛି । ଏଭଳି ପରିସ୍ଥିତିରେ କେବଳ ସତର୍କତା ଅବଲମ୍ବନ କରି ଏହି ମହାମାରୀକୁ ମୁକାବିଲା କରାଯାଇପାରିବ । କରୋନା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନହେବା ପର୍ଯ୍ୟନ୍ତ ଆମକୁ ଏପରି କୌଣସି କାର୍ଯ୍ୟ କରିବାକୁ ପଡିବ ନାହିଁ, ଯାହା ପରିସ୍ଥିତିକୁ ଅନିୟନ୍ତ୍ରିତ କରିବ । ପର୍ବପର୍ବାଣୀ ବିଷୟରେ ଡକ୍ଟର ନୀରଜ କହିଛନ୍ତି, ଖୁସି ବାଣ୍ଟିକାକୁ ପର୍ବ ପାଳନ କରିବା ହେଲେ କରୋନା ନୁହେଁ । ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇର ଏକ ବାର୍ତ୍ତାଳାପାରେ ଡକ୍ଟର ନୀରଜ ଏଭଳି କହିଛନ୍ତି ।

Leave a Reply

Your email address will not be published. Required fields are marked *