ରାଜ୍ୟ

୧୬ ଜିଲ୍ଲା ସାବଧାନ୍ !

ଭୁବନେଶ୍ୱର : ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୧୬ ଜିଲ୍ଲାରୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୪ଟି ଜିଲ୍ଲାଗୁଡିକ ମଧ୍ୟରେ ରହିଛି- କାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି । ସେହିପରି ଅନ୍ୟ ୧୨ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି । ସେହି ୧୨ଟି ଜିଲ୍ଲାଗୁଡିକ ହେଉଛି- ନୂଆପଡ଼ା, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର, କଟକ, ମୟୂରଭଞ୍ଜ, ଯାଜପୁର । ଆସନ୍ତାକାଲି ସକାଳ ସୁଦ୍ଧା ଏହି ସବୁ ଜିଲ୍ଲାର ଲୋକେ ସତର୍କ ରହିବାକୁ ପାଣିପାଗ ବିଭାଗ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *