ଦେଶ- ବିଦେଶମନୋରଞ୍ଜନ

କଙ୍ଗନାଙ୍କ ନୂଆ ଟେଷ୍ଟ୍‌

ମୁମ୍ବାଇ : ଚର୍ଚ୍ଚିତ ଅଭିନେତ୍ରୀ କଙ୍ଗନା ରଣାୱତ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜର ଦକ୍ଷତା ପ୍ରତିପାଦନ କରିସାରିଲେଣି। ୩ଥର ଶୀର୍ଷ ପୁରସ୍କାର ଲାଭ କରିଥିବା କଙ୍ଗନାଙ୍କ ଭଳି ଅଭିନେତ୍ରୀ ନିଶ୍ଚିତ ଭାବେ ବଲିଉଡ୍‌ ଜଗତ ପାଇଁ ବିରଳ କହିଲେ ଅତ୍ୟୁକ୍ତି ହେବନି। ଇତିମଧ୍ୟରେ ବିଭିନ୍ନ ମତବାଦକୁ ନେଇ ସର୍ବଦା ଚର୍ଚ୍ଚା ଓ ବିବାଦରେ ରହିଆସୁଛନ୍ତି କଙ୍ଗନା। କିନ୍ତୁ କାହାକୁ ଡରନ୍ତି ନାହିଁ ସେ। ସୋସିଆଲ୍‌ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଥିବା କଙ୍ଗନା ଏଥର ନୂଆ ଟେଷ୍ଟ ପାଇଁ ମନ ବଳାଇଛନ୍ତି। ଡିଜିଟାଲ୍‌ ମିଡିଆରେ ପାଦ ଥାପିବେ ଓ ହୋଷ୍ଟ କରିବେ ଏକ ନିଆରା କାର୍ଯ୍ୟକ୍ରମ। ଏଥିପାଇଁ ସେ ସାଇନ୍‌ କରିଥିବା ଜଣାପଡ଼ିଛି। ପ୍ରଥମଥର ପାଇଁ କଙ୍ଗନା ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବା ସହ ଶୋ’ର ହୋଷ୍ଟ କରିବେ। ଟେମ୍ପ୍ଟେସନ୍ ଆଇଲାଣ୍ଡ୍ ଶୋ’ର ଇଣ୍ଡିଆନ୍ ଭର୍ସନ ଜରିଆରେ ସେ ଓଟିଟି ଡେବ୍ୟୁ କରିବେ ବୋଲି ଜଣାପଡ଼ିଛି। ଖୁବ୍ ଶୀଘ୍ର ଏହି କାର୍ଯ୍ୟକ୍ରମର ଶୁଟିଂ ଆରମ୍ଭ ହେବାକୁ ଥିବାବେଳେ ଶୋ’ରେ କପଲ୍ସ ଏବଂ ସିଙ୍ଗଲ୍ ଅଂଶଗ୍ରହଣ କରିବେ।   ସେମାନଙ୍କର ନିଜ ସାଥୀଙ୍କ ସହ ରିଲେସନ୍ ଏବଂ କନେକ୍ସନ୍ ଟେଷ୍ଟ କରିବେ ହୋଷ୍ଟ ଭାବରେ କଙ୍ଗନା। ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ କଙ୍ଗନା ପୂର୍ଣ୍ଣ ଦକ୍ଷତା ଦେଖାଇବେ ବୋଲି ତାଙ୍କ ଫ୍ୟାନ୍ସମାନେ ଆଶାବାଦୀ। ସୂଚନା ଥାଉ ଯେ କଙ୍ଗନାଙ୍କ ଆଗକୁ ଚର୍ଚ୍ଚିତ ଥ୍ରୀଲର ଫିଲ୍ମ ‘ଧାକାଡ’ ଆସୁଛି।

Leave a Reply

Your email address will not be published. Required fields are marked *