ଦେଶ- ବିଦେଶବାଣିଜ୍ୟ

୧୧ ଟଙ୍କାରେ ମିଳିବ ୧ ଜିବି ଡାଟା ଓ ବର୍ଷ ସାରା ଚାଲିବ, ଜାଣନ୍ତୁ ଜିଓର ଦମଦାର୍ ଅଫର୍

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ନିଜର ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ଭାଲିଡିଟି ସହ ଅଫର୍ ଦେଇ ଆସୁଛି । କମ୍ପାନୀ ପ୍ରତିଦିନ ୧ ଜିବି ଡାଟାରୁ ୩ ଜିବି ଡାଟା ପର୍ୟ୍ୟନ୍ତ ପ୍ଲାନ୍ ଦେଇ ଆସୁଛି । ତେବେ କିଛି ପ୍ଲାନ୍ ଏମିତି ରହିଛି ଯେଉଁôତରେ ବିନା କୌଣସି ଲିମିଟ୍ ରେ ଡାଟା ମିଳୁଛି । ସେହିପରି ଏବେ ପୁଣି ଥରେ ଏକ ଦମଦାର୍ ପ୍ଲାନ୍ ନେଇ ଆସିଛି ଜିଓ । ଯାହାଦ୍ୱାରା ଆପଣ ୧୧ ଟଙ୍କାରେ ୧ ଜିବି ପର୍ଯ୍ୟନ୍ତ ଡାଟା ପାଇପାରିବେ ଏବଂ ଏହାର ବ୍ୟବହାର ୧ ବର୍ଷ ମଧ୍ୟରେ ଯେକୌଣସି ସମୟରେ କରିପାରିବେ ।

ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଅନେକ ୪ଜି ଡାଟା ଭାଉଚର୍ ମଧ୍ୟ ଅଫର୍ କରିଥାଏ । ଯେଉଁ ୟୁଜର ମାନଙ୍କର ଡାଟା ସରିଯାଉଛି, ଅବା ଯେଉଁ ମାନେ ପୂରା ଡାଟା ଲିମିଟ୍ ବ୍ୟବହାର କରିସାରିଛନ୍ତି ସେମାନଙ୍କ ପାଇଁ ଏହି ଭାଉଚର୍ ଖୁବ୍ କାମରେ ଆସିପାରେ । ଖାସ୍ କଥା ହେଉଛି ଆପଣଙ୍କ ଆକ୍ଟିଭ୍ ପ୍ଲାନ୍ ର ଭାଲିଡିଟି ଅନୁସାରେ ୪ଜି ଡାଟା ଭାଉଚର୍ କାମ କରିବ । ତେବେ ରିଲାଏନ୍ସ ଜିଓର ସବୁଠାରୁ ଶସ୍ତା ୪ଜି ଡାଟା ଭାଉଚର୍ ର ମୁଲ୍ୟ ୧୧ ଟଙ୍କା ରହିଛି । ମାତ୍ର ୧୧ ଟଙ୍କାରେ ଏବେ ଜିଓ ଗ୍ରାହକ ମାନେ ୧ ଜିବି ଡାଟା ପାଇପାରିବେ । ଯଦି ଆପଣଙ୍କର ଯୋଜନା ଏକ ବର୍ଷ ପାଇଁ ଏବଂ ଆପଣ ପ୍ରଥମ ଦିନରେ ୧୧ ଟଙ୍କା ଭାଉଚର୍ ନିଅନ୍ତି, ତେବେ ଏଥିରେ ଉପଲବ୍ଧ ୧ ଜିବି ଡାଟା ବି ୩୬୫ ଦିନ ପାଇଁ ଉପଲବ୍ଧ ହେବ । ୧୧ ଟଙ୍କା ବ୍ୟତୀତ କମ୍ପାନୀ ୨୧ ଟଙ୍କା, ୫୧ ଟଙ୍କା, ୧୦୧ ଟଙ୍କାର ୪ଜି ଭାଉଚର୍ ମଧ୍ୟ ଉପଲବ୍ଧ କରାଉଛି । ୨୧ ଟଙ୍କାରେ ୨ ଜିବି ଡାଟା, ୫୧ ଟଙ୍କାରେ ୬ ଜିବି ଡାଟା ଏବଂ ୧୦୧ ଟଙ୍କାର ଭାଉଚର୍ ରେ ୧୨ ଜିବି ଡାଟା ମିଳିପାରିବ । ଆଉ ଏହି ସବୁ ଆକ୍ଟିଭ୍ ପ୍ଲାନ୍ ଅନୁସାରେ ଚାଲିବ ।

Leave a Reply

Your email address will not be published. Required fields are marked *