ରାଜ୍ୟ

+୨ ସିଟ୍ ବଢ଼ାଇବା ପାଇଁ ମିଳିଲା ଅନୁମତି

ଭୁବନେଶ୍ୱର : ଚଳିତବର୍ଷ ମାଟ୍ରିକ ପାସ୍ ହାର ୯୭.୮୯ ପ୍ରତିଶତ ଥିବା ବେଳେ +୨ ସିଟକୁ ନେଇ ଚିନ୍ତା ବଢ଼ିଛି । +୨ ସିଟ୍ ଠାରୁ ଅଧିକ ସଂଖ୍ୟାରେ ପିଲା ମାଟ୍ରିକ ପାସ୍ କରିବା ପ୍ରସଙ୍ଗରେ ପିଲାଙ୍କ ପାଇଁ ରହିଛି ଆଶ୍ୱସ୍ତିକର ଖବର । କାରଣ ଜୁନିଅର କଲେଜରେ +୨ ସିଟ ବଢ଼ାଇବାକୁ ମିଳିଛି ଅନୁମତି । ଏନେଇ ଉଚ୍ଚମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ଅନୁମତି ଦେଇଛନ୍ତି ସରକାର । ଏଥିପାଇଁ ଯେଉଁ ଜୁନିଅର କଲେଜମାନ ଚାହିଁବେ ଆବେଦନ କରିପାରିବେ । ତେବେ କଲେଜରେ ସିଟ ବୃଦ୍ଧି କରିବାକୁ ୭ ଦିନ ମଧ୍ୟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସାମ୍ସରେ ଅନଲାଇନ ଜରିଆରେ ଆବେଦନ କରିବାକୁ କୁହାଯାଇଛି । ଚଳିତବର୍ଷ ୫ ଲକ୍ଷ ୬୨ ହଜାର ୧୦ ପିଲା ମାଟ୍ରିକ ପାସ୍ କରିଛନ୍ତି । କିନ୍ତୁ ରାଜ୍ୟରେ +୨ ସିଟ୍ ସଂଖ୍ୟା ୪ ଲକ୍ଷ ୪୩ ହଜାର ୩୫୪ ରହିଛି ।

Leave a Reply

Your email address will not be published. Required fields are marked *