ଅପରାଧରାଜ୍ୟ

ଚୋରୀ ଘଟଣାରେ ୬ ଜଣ ଅଭିଯୁକ୍ତ ଗିରଫ, ୨ ଫେରାର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ପଡ଼ିଆ ଥାନା ଅନ୍ତର୍ଗତ ଗୁଟଗୁଡ଼ା ଗ୍ରାମର ଜଣଙ୍କ ଘରୁ ଚୋରୀ ଘଟଣାରେ ପୁଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଥିବା ଜଣାପଡ଼ିଛି । ପଡ଼ିଆ ବ୍ଲକ ଅନ୍ତର୍ଗତ ଗୁଟଗୁଡ଼ା ଗ୍ରାମର ନନ୍ଦରାମ ନୁପଙ୍କ ଘରୁ କିଛି ଅଜଣା ବ୍ୟକ୍ତି ଗତ ୧୦ ତାରିଖ ମଧ୍ୟରାତ୍ରିରେ ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ରୂପା ଗହଣା ସହ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଚୋରୀ କରି ନେଇଥିଲେ । ପରେ ସେ ଏ ସମ୍ପର୍କରେ ପଡ଼ିଆ ଥାନାରେ ଏକ ଏତଲା ଦେଇଥିଲେ । ତାଙ୍କ ଏତଲାକୁୁ ଭିତି କରି ପଡ଼ିଆ ଥାନା ପୋଲିସ କେସ ନମ୍ବର ୪୧ ରେ ଏକ ମାଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହି ଘଟଣାରେ ୮ ଜଣ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଆଜି ପୋଲିସ ୬ ଜଣ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ୨ ଜଣ ଫେରାର ଅଛନ୍ତି । ଗିରଫ ଅଭିଯୁକ୍ତମାନେ ଏମ.ଭି-୯୦ ଓ ଏମ.ପି.ଭି-୬୬ ଗ୍ରାମର ବୋଲି ଜଣାପଡ଼ିଛି । ଏଥିସହ ପୋଲିସ ସେମାନଙ୍କ ନିକଟରୁ ସୁନା, ରୁପା ଗହଣା ସହ ୧୭ ହଜାର ଟଙ୍କା ଜବତ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଏକ ସମ୍ବାଦିକ ସମ୍ମିଳନୀରେ ମାଲକାନଗିରି ଏସଡିପିଓ ଅଭିଳାଶ. ଜି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *