ଦେଶ- ବିଦେଶ

ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ୱାମୀ କାଟି ଦେଲା ସ୍ତ୍ରୀର…..

ନୂଆଦିଲ୍ଲୀ : ରାଜସ୍ଥାନର ଯୋଦ୍ଧପୁରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମଦ୍ୟପ ସ୍ୱାମୀ ନିଜ ସ୍ତ୍ରୀର ନାକ ଓ ଓଠ କାଟି ଦେଇଛନ୍ତି । ସ୍ତ୍ରୀ ମଦ ପିଇବା ପାଇଁ ଟଙ୍କା ନଦେବାରୁ ସ୍ୱାମୀ ଏଭଳି କାମ କରିଥିବା ଅଭିଯୋଗ ହୋଇଛି । ସ୍ତ୍ରୀକୁ ପଡ଼ିଶାଲୋକେ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ହସ୍ପିଟାଲରୁ ମହିଳା ଜଣକ ପୁଲିସକୁ ଫୋନ କରି ସ୍ୱାମୀଙ୍କ ଏଭଳି କାଣ୍ଡ ବିଷୟରେ ଜଣାଇଛନ୍ତି । ଏଭଳି ଏକ ଘଟଣା ଯୋଦ୍ଧପୁରର ପ୍ରତାପନଗର ପୁଲିସ ଥାନା ଅଞ୍ଚଳରେ ଘଟିଛି ।

ସୂଚନା ଅନୁଯାୟୀ, ଗୁଜରାଟୀ କଲେ।।ନୀରେ ବସବାସ କରୁଥିବା ୪୫ବର୍ଷୀୟ ମହିଳା ଫୋନ କରି ଘଟଣା ସମ୍ପର୍କରେ ପୁଲିସକୁ ସବୁ କଥା କହିଥିଲେ । ତାଙ୍କ ସ୍ୱାମୀ ଦିନସାରା ମଦ ପିଉଥିଲେ । ସନ୍ଧ୍ୟା ହେବାରୁ ସେ ଆହୁରି ମଦ ପିଇବା ପାଇଁ ତାଙ୍କୁ ଟଙ୍କା ମାଗିଥିଲେ । କିନ୍ତୁ ସେ ମନା କରି ଦେଇଥିଲେ । ବାସ ଏଇ କଥାକୁ ନେଇ ସ୍ୱାମୀ ରାଗି ଯାଇ ପାଖରେ ଥିବା ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ତାଙ୍କ ନାକ ଆଉ ଓଠକୁ କାଟି ପକାଇଥିଲେ । ଏହାଦ୍ୱାରା ସେ ଗଭୀର ଭାବେ ଆହତ ହୋଇଥିଲେ । ଏହି ଅଭିଯୋଗ କ୍ରମେ ପୁଲିସ ଅଭିଯୁକ୍ତ ବାବୁଲାଲଙ୍କୁ ଗିରଫ କରିବା ସହିତ ହତ୍ୟା ମାମଲା ରୁଜୁ କରିଛି । ପୀଡିତା ମହିଳାଙ୍କ ଦୁଇଟି ସନ୍ତାନ ଅଛନ୍ତି । ମହିଳା ଜଣକ କିଛିଦିନ ହେବ ବାବୁଲାଲ ଠାରୁ ଅଲଗା ହୋଇ ଅନ୍ୟ ଜଣେ ବ୍ୟକ୍ତିଙ୍କ ପାଖରେ ରହୁଥିଲେ । ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହେବାପରେ ମହିଳା ପୁଣି ବାବୁଲାଲ ପାଖରେ ଆସି ରହୁଥିବା ପୁଲିସ ସୂତ୍ରରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *