ଦେଶ- ବିଦେଶ

ଜୁଲାଇ ୧୯ରୁ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମି ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବ ସଂସଦର ମୌସୁମି ଅଧିବେଶନ। ଏ ନେଇ ପ୍ରସ୍ତୁତିର ସମୀକ୍ଷା କଲେ ଲୋକସଭାର ବାଚସ୍ପତି ଓମ ବିର୍ଲା। ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ ମୌସୁମି ଅଧିବେଶନ। ଏଥିରେ ରହିବ ମୋଟ୍ ୧୯ କାର୍ଯ୍ୟ ଦିବସ। ଏ ନେଇ ସୋମବାର ସୂଚନା ନେଇ ବାଚସ୍ପତି ଓମ ବିର୍ଲା।ଲୋକସଭା ବାଚସ୍ପତି କହିଛନ୍ତି, ସମସ୍ତ ସାଂସଦ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ୍ ନିୟମ ଅନୁଯାୟୀ ଅନୁମତି ଦିଆଯିବ। ସଦସ୍ୟଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ  ବାଧ୍ୟତାମୂଳକ ନୁହେଁ। କିନ୍ତୁ ଆମେ ସମସ୍ତଙ୍କୁ ନିଜଟର ଟେଷ୍ଟ କରାଇ ନେବାକୁ ଅନୁରୋଧ କରିବୁ, ଯେଉଁମାନେ ଏ ପର୍ଯ୍ୟନ୍ତ ଟିକା ନେଇ ନାହାନ୍ତି। ଅଦ୍ୟାବଧି ୩୧୧ ସାଂସଦ ଭ୍ୟାକ୍ସିନର ଦ୍ଵିତୀୟ ଡୋଜ୍ ନେଇ ସାରିଥିବା ବେଳେ ୨୩ ସଦସ୍ୟ ବିଭିନ୍ନ କାରଣରୁ ଟିକା ନେଇ ପାରି ନାହାନ୍ତି। ବାଚସ୍ପତି କହିଛନ୍ତି, ଜୁଲାଇ ୧୮ରେ ସାଂସଦଙ୍କ ବୈଠକ ହେବ। ଏହା ପୂର୍ବରୁ ରାଜ୍ୟସଭା ସଚିବାଳୟ ମଧ୍ୟ କହିଥିଲେ, ରାଜ୍ୟସଭାର ୨୫୪ତମ ଅଧିବେଶନ ଜୁଲାଇ ୧୯ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ। କରୋନାର ଦ୍ଵିତୀୟ ଲହର ମଧ୍ୟ ଅଧିବେଶନର ଆୟୋଜନ କୋଭିଡ୍ ପ୍ରୋଟୋକଲକୁ ଦୃଷ୍ଟିରେ ରଖି କରାଯିବ। ଗତ ଅଧିବେଶନ ପରି ସାଂସଦଙ୍କୁ ସାମାଜିକ ଦୂରତ୍ଵ ଆଧାରରେ ବସାଇବାର ବ୍ୟବସ୍ଥା କରାଯାଇଛି।

Leave a Reply

Your email address will not be published. Required fields are marked *