ରାଜ୍ୟ

ସୁବାସ ପାଣିଗ୍ରାହୀଙ୍କୁ ବିଜେଡିର ନିନ୍ଦା

ଭୁବନେଶ୍ୱର : ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିନ୍ଦା କରିଛି ବିଜେଡି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବାସ ପାଣିଗ୍ରାହୀଙ୍କୁ ନିନ୍ଦା କରିଛନ୍ତି ବିଜେଡି ମୁଖପାତ୍ର ଅତନୁ ସବ୍ୟସାଚୀ । ବିଜେପିକୁ ଟାର୍ଗେଟ କରି କହିଛନ୍ତି ଯେ, ‘ସାରା ଓଡିଶା ପାଇଁ ଏହା ଏକ ନିନ୍ଦନୀୟ ଘଟଣା । ବିଧାନସଭା ଗାରିମାକୁ ନଷ୍ଟ କରିଛନ୍ତି ବିଧାୟକ । ଏହା ଆଗାମୀ ପିଢି ପାଇଁ ଏକ ଭୁଲ ବାର୍ତ୍ତା ଦେଉଛି ।’ ଏହି ମାମଲାରେ ବିଜେପି ଏଯାଏଁ ଚୁପ୍ କାହିଁକି ବସିଛି ବୋଲି ଅତନୁ ସବ୍ୟସାଚୀ ପ୍ରଶ୍ନ କରିଛନ୍ତି ।

Leave a Reply

Your email address will not be published. Required fields are marked *