ରାଜ୍ୟ

ବସରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପୁରୀ: ସୋମବାର ପୁରୀ ବସଷ୍ଟାଣ୍ଡରେ ଠିଆ ହୋଇଥିବା ତିନିଟି ବସରେ ହଠାତ୍ ନିଆଁ ଲାଗିଯାଇଛି । ତେବେ ଏଥିରେ କୌଣସି ଯାତ୍ରୀଙ୍କୁ କ୍ଷତି ପହଞ୍ଚି ନ ଥିବା ସୂଚନା ମିଳିଛି । ବସଷ୍ଟାଣ୍ଡରେ ବସଗୁଡିକ ଛିଡା ହୋଇଥିବା ବେଳେ ହଠାତ୍ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ବାଟେରି ସର୍ଟ ସର୍କିଟ କାରଣରୁ ଅବା କେହି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅନୁମାନ କରାଯାଉଛି। ସେଠାରେ ଉପସ୍ଥିତ ଥିବା ଲୋକ ପ୍ରଥମେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ। ଏହାପରେ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବିଭାଗ ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲା। ତେବେ ଏଥିରେ ତିନିଟି ବସ୍ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *