ମହାନଗରରାଜ୍ୟ

ଜମି ଦେବା କହି ମହିଳାଙ୍କଠୁ ଲୁଟିନେଲେ ଜମି ଦଲାଲ

ଭୁବନେଶ୍ୱର : “ମତେ ପ୍ରଥମେ ଲୋଭ ଦେଖାଇ କହିଲେ ଟଙ୍କା ଦରକାର ଅଛି, ତେଣୁ କମ୍ ଦାମ୍ ରେ ଜାଗା ବିକ୍ରି କରିବାକୁ ଚାହୁଁଛୁ । ମୁଁ ସେମାନଙ୍କ କଥାରେ ରାଜି ହୋଇ ଟଙ୍କା ଦେଇ ଜାଗା କିଣିବା ପରେ ଜାଣିବାକୁ ପାଇଲି ଯେ, ଜାଗା ଆଉ ଜଣଙ୍କୁ ବିକ୍ରି ହୋଇସାରିଛି ଏବଂ ମୋର ୪୧ଲକ୍ଷ ଟଙ୍କା ସେମାନେ ଠକି ନେଇସାରିଛନ୍ତି” । ଏ ହେଉଛି ରାଜଧାନୀରେ ଜମି ଦଲାଲଙ୍କର ଠକେଇ ଶିକାର ହୋଇଥିବା ମହିଳାଙ୍କ ବୟାନ । କିଛି ଦିନ ହେବ ରାଜଧାନୀରେ ସକ୍ରିୟ ହୋଇଯାଇଛନ୍ତି ଜମି ଦଲାଲ୍ । ସାଧାରଣ ଲୋକମାନଙ୍କୁ କମ୍ ଦାମରେ ଜମି ବିକ୍ରି କରିବାର ପ୍ରଲୋଭନ ଦେଖାଇ ଠକିବାରେ ଲାଗିଛନ୍ତି ଏହିଭଳି କିଛି ଦଲାଲ୍ । ଏହି ଠକେଇର ଶିକାର ହୋଇଥିବା ଏବେ ପୁଲିସ୍ କମିସନରଙ୍କ ପାଖରେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ଜମି ଦଲାଲଙ୍କ ଦ୍ୱାରା ୪୧ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଛନ୍ତି ନାଗେଶ୍ୱରଟାଙ୍ଗୀ ଅଞ୍ଚଳର ରେଣୁବାଳା ବୈରିଶଲ ନାମକ ଜଣେ ମହିଳା । ଠକେଇ କରିଥିବା ଦୁଇ ଜଣଙ୍କ ନାମରେ ବଡ଼ଗଡ ଥାନାରେ ମାମଲା ହେବା ସହ ହାଇକୋର୍ଟ ସେମାନଙ୍କ ବିରୁଦ୍ଧରେ କଡ଼ା କାର୍ୟ୍ୟାନୁଷ୍ଠାନ ପାଇଁ ଜଣାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଉନଥିବାରୁ ମହିଳା ଜଣକ ଶେଷରେ ପୁଲିସ କମିସନରଙ୍କ ପାଖରେ ଦ୍ୱାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *