ଦେଶ- ବିଦେଶ

ଟୁଇଟର୍ ଉପରେ ପଡ଼ିଲାନି କିଛି ଫରକ

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ସାଇଟ୍ ଟୁଇଟର୍ ଓ ଭାରତ ସରକାର ମଧ୍ୟରେ ଜାରି ରହିଥିବା ବିବାଦ ଭିତରେ କମ୍ପାନୀକୁ ଅନେକ ନିର୍ଦ୍ଦେଶ ଦିଆଯାଇସାରିଛି । ହେଲେ ସେସବୁକୁ ଖୋଲାଖୋଲି ବେଖାତିର କରୁଛି ଟୁଇଟର୍ । ଅନେକ ଥର ମହଲତ ଦେବା ପରେ ବି ଟୁଇଟର୍ ଉପରେ କୌଣସି ଫରକ୍ ପଡ଼ୁନଥିବା ଦେଖିବାକୁ ମିଳୁଛି । କାରଣ ଆଇଟି ନିୟମ ପାଇଁ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବାକୁ ଆହୁରି ୮ ସପ୍ତାହ ଲାଗିବ ଅର୍ଥାତ୍ ଦୁଇମାସ ଲାଗିବ ବୋଲି ଦିଲ୍ଲୀ ହାଇକୋର୍ଟକୁ କହିଛି ଟୁଇଟର୍ । ଟୁଇଟର୍ କୁ ଦିଲ୍ଲୀ ହାଇକୋର୍ଟ ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲେ । ଯାହା ଆଜି ସମାପ୍ତ ହେବାକୁ ଯାଉଛି । ଆଉ ଏହି ମହଲତ ଭିତରେ କମ୍ପାନୀକୁ କୁହାଯାଇଥିଲା ଯେ, ନୁତନ ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବେ । ହେଲେ ମହଲତ ସରିବା ପରେ ଟୁଇଟର୍ ହାଇକୋର୍ଟକୁ କହିଛି ଯେ, ଅଭିଯୋଗ ନିବାରଣ ଅଧିକାରୀ ନିଯୁକ୍ତ କରିବାକୁ ଆହୁରି ୮ ସପ୍ତାହ ସମୟ ଲାଗିବ । କମ୍ପାନୀ ଏହା ମଧ୍ୟ କହିଛି ଯେ, ଭାରତରେ ଯୋଗାଯୋଗ ପାଇଁ ଏକ କାର୍ୟ୍ୟାଳୟ ଖୋଲିବାକୁ ପ୍ରସ୍ତୁତ ହେଉଛି, ଯାହା ଭବିଷ୍ୟତରେ ଟୁଇଟର୍ ସହ ଯୋଗାଯୋଗ ପାଇଁ ଏକ ସ୍ଥାୟୀ ଠିକଣା ହେବ। ଟୁଇଟର୍ ଆହୁରି ମଧ୍ୟ କହିଛି ଯେ, ଆଇଟି ନିୟମ ପାଳନ ସମ୍ବନ୍ଧୀୟ ନିଜର ପ୍ରଥମ ରିପୋର୍ଟ ଜୁଲାଇ ୧୧ ଭିତରେ ଦାଖଲ କରିବ । ଏଥିସହିତ ସେ ନିୟମକୁ ପାଳନ କରିବାକୁ ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *