ମହାନଗରରାଜ୍ୟ

ଅପରାଧୀଙ୍କୁ ଧରିବ ‘ଅତିଥି’

ଭୁବନେଶ୍ୱର: ରାଜ୍ୟରେ ଅପରାଧ କମାଇବା ଏବଂ ଅପରାଧୀଙ୍କ ତଥ୍ୟ ଜାଣିବା ପାଇଁ ନୂଆ କୌଶଳ ଆପଣାଇଛି କମିଶନରେଟ୍ ପୁଲିସ । ରାଜ୍ୟର ବିଭିନ୍ନ ସ୍ଥାନରେ ଅପରାଧ ଘଟାଇ ଅପରାଧିମାନେ ବିଭିନ୍ନ ହୋଟେଲରେ ଆତ୍ମଗୋପନ କରୁଛନ୍ତି । ଏଣିକ ପୁଲିସ ‘ଅତିଥି’ ଆପ ମାଧ୍ୟମରେ ଅପରାଧିକ ନିକଟରେ ପହଞ୍ଚିବ । ଏହି ଆପ୍ ଜରିଆରେ ହୋଟେଲର ତଥ୍ୟ ସଂଗ୍ରହ କରିବ ପୁଲିସ । ହୋଟେଲ ମାଲିକ ସବୁ ତଥ୍ୟ ପୁଲିସକୁ ଦେବେ । ସମସ୍ତ ତଥ୍ୟ କେବଳ ପୁଲିସ ପାଖରେ ରହିବ । ସାର୍ବଜନୀନ କରାଯିବ ନାହିଁ । ସମସ୍ତ ଗେଷ୍ଟ ହାଉସ୍ ଓ ଲଜ୍‌କୁ ବି ଏନେଇ ନିର୍ଦେଶ ଦିଆଯିବ । କ୍ରାଇମ କରିବା ପରେ ଅପରାଧିମାନେ ହୋଟଲରେ ରହୁଛନ୍ତି । ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *